Search
Close this search box.

ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନ ଓ କଳଙ୍କିତ କଲେ

0
SHARES
8
VIEWS

ରାୟଗଡା : ଶ୍ରୀଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆଜି ରାୟଗଡା ର ଜଗନ୍ନାଥ ମନ୍ଦିର ଆଗରେ ଏକ ଗଣ ବିକ୍ଷୋଭ କରାଯାଇଅଛି। ଯୋଗେଶ୍ୱର ଦାସ କହିଛନ୍ତି ଜେ ନିକଟ ଅତୀତରେ କାମିଆ ଜାନି ନାମ୍ନୀ ଜଣେ ଦେୟଯୁକ୍ତ ବ୍ଲଗର ଦ୍ବାରା ଶ୍ରୀମନ୍ଦିର ତଥା ମହାପ୍ରସାଦର ପ୍ରଚାର କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ମହିଳା ଜଣକ ଗୋମାଂସ ଭକ୍ଷଣର ପ୍ରଚାର ପ୍ରସାର କରୁଥିବାର ଜଣା ପଡ଼ିଲା । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ କୁଠାରଘାତ | ହଜାର ହଜାର ବର୍ଷ ପରମ୍ପରାର ପ୍ରତୀକ ଶ୍ରୀମନ୍ଦିର ଏବଂ ଏହାର ମହାପ୍ରସାଦ କୋଟି କୋଟି ହିନ୍ଦୁଙ୍କର ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ପ୍ରସାଦ | ଏହାର ପ୍ରଚାର ପ୍ରସାର କେବଳ ଧୃଷ୍ଟତା ମାତ୍ର । ବିଶେଷ କରି ଗୋମାଂସ ଭକ୍ଷଣର ପ୍ରଚାରକାରି ଦ୍ବାରା ପ୍ରଚାର କରିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଦାସ କହିଛନ୍ତି ।ଏହି ବିକ୍ଷୋଭ ରେ ଶ୍ୟାମ କୁମାର ଦାଶ କହିଛନ୍ତି ଜେ ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁ ମାନଙ୍କର ପରମ ଆରାଧ୍ୟ, ଶ୍ରୀମନ୍ଦିର ହେଉଛି ଅସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆଙ୍କ ପରିଚୟ | ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ତଥା ଓଡ଼ିଆ ଅସ୍ମିତା ଆଜି ଧ୍ୱଂସ ଆଡ଼କୁ ଗତି କରୁଛି ବୋଲି କହି ନିନ୍ଦା କରିଥିଲେ। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ।

    Related News

    Follow Us