ଆଜି ପୁରୁଷୋତ୍ତମପୁର ବ୍ଲକର ବଡ଼ ଖରିଡ଼ା ପଞ୍ଚାୟତ ରେ ଥିବା କାଳେଶ୍ଵର ପାର୍କ କୁ ଭୁବନେଶ୍ୱର ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ର ପ୍ରଶାସନିକ ପ୍ରିନ୍ସପାଲ ସେକ୍ରେଟାରୀ ସୁଶୀଲ କୁମାର ଲୋହାନି ପରିଦର୍ଶନ କରି ବହୁତ ଖୁସି ହୋଇ ଥିଲେ | ଏହାଙ୍କ ପୂର୍ବରୁ ରାଜ୍ୟ ସରକାର ଙ୍କ ବିଭିର୍ଣ୍ଣ ବିଭାଗର ପ୍ରଶାସନିକ ଅଧିକାରୀ, ବିଧ୍ୟାୟକ, ସାଂସଦ, ଓ କେନ୍ଦ୍ର ମନ୍ତ୍ରୀ , ଓ କେନ୍ଦ୍ର ର ବହୁ ବିଭାଗର ଅଧିକାରୀ ମାନଙ୍କ ସହିତ ମଶୁରିରେ ଟ୍ରେନିଙ୍ଗ ନେଉଥିବା ପ୍ରଶାସନିକ ଛାତ୍ର, ଛାତ୍ରୀ ମାବେ ମଧ୍ୟ ଆସି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇ ଥିବା ଏହି ପାର୍କ କୁ ଦେଖି ବହୁତ ଖୁସି ହୋଇ ଛନ୍ତି | ତେବେ ଆଜି ବିଭାଗୀୟ ପ୍ରିନ୍ସପାଲ ସେକ୍ରେଟେରୀ ମଧ୍ୟ ଏହି ପାର୍କ ବୁଲି ବହୁତ ସନ୍ତୋଷ ଲାଭ କରିବା ସହିତ ଏହିପରି ରାଜ୍ୟର ସବୁ ଜିଲ୍ଲାରେ ଏମ ଆର ଏନ ଜି ଆର ଏସ ରେ ଏହିପରି କାମ କରି ବ୍ଲକ ତଥା ଜିଲ୍ଲା ସ୍ତରୀୟ ନାଁ ରଖିବାକୁ ମନସ୍ତ କରିଥିଲେ | ସେଥିପାଇଁ ଆଗାମୀ ନୁଆଁ ବର୍ଷ ରେ ସେଏହାକୁ ସବୁ ଜିଲ୍ଳାର ଜିଲ୍ଲା ପାଳ ଙ୍କୁ ଡ଼ାକି ଏହାଉପରେ ଏକ ବୈଠକ କରିବେ ବୋଲି କହିଛନ୍ତି | ତେବେ ଆଜିର ଏହି ପ୍ରିନ୍ସପାଲ ସେକ୍ରେଟେରୀ ଙ୍କ ସହିତ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭି କୀର୍ତ୍ତି ଭାସନ, ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରା, ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଙ୍କ ସହିତ ସମସ୍ତ ବ୍ଲକ ଷ୍ଟାଫ, ବଡ଼ ଖରିଡ଼ା ସରପଞ୍ଚ କମା ଦଳେଇ ତାଙ୍କ ପ୍ରତିନିଧି ରମେସ ଦଳେଇ, ଙ୍କ ସହିତ ବହୁ ଗ୍ରାମବାସୀ, ଯୁବକର୍ମୀ, ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟ, ସମାଜ ସେବୀ ଓ ସ୍ୱୟଂ ସହାୟିକା ମହିଳା ମାନଙ୍କ ସହିତ ଗ୍ରାମବାସୀ ଉପସ୍ଥିତ ରହି ଥିଲେ |