କୋରାପୁଟ ଜିଲ୍ଲା ଓକିଲ ସଂଘର ପ୍ଲାଟିନମ୍ ଜୂବୁଲୀ ସମାରୋହ ।
ଜୟପୁର, ୨୪।୧୨(ନି ପ୍ର): କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ଓକିଲ ସଂଘର ୭୫ତମ ରଜତ ଜୟନ୍ତୀ ଉତ୍ସବ ଆଜି ତା ୨୪ ଡିସେମ୍ବର ରବିବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଡ଼.ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଯୋଗଦେଇ ନିଜ ଉଦବୋଧନରେ ଆଇନଜୀବୀଙ୍କ ଭୂମିକା ବିଷୟ ରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ କୋରାପୁଟ ଜିଲ୍ଲା ପ୍ରଶାସନକି ବିଚାରପତି ତଥା ହାଇକୋର୍ଟ ବିଚାପରିତ ଡ଼. ସଞ୍ଜିବ କୁମାର ପାଣିଗ୍ରାହୀ, ସମ୍ମାନୀୟ ଅତିଥି ରୂପେ ବିଚାରପତି ରାଧାକୃଷ୍ଣ ପଟ୍ଟନାୟକ, ମୁରହରି ରମଣ, ଶିବଶଙ୍କର ମିଶ୍ର ଯୋଗଦେଇଥିଲେ ଜିଲ୍ଲା ଆଇନଜୀବୀ ସଂଘର ସଭାପତି ବିରେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶରତ କୁମାର ମାଝି ବାର୍ଷିକ ବିବରଣୀ ପାଠ କରିଥିଲେ । ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀ ଷଡଙ୍ଗୀ ଜିଲ୍ଲା କୋର୍ଟ ପରିସରରେ ୫ କୋଟି ୭୦ ଲକ୍ଷ ଟଙ୍କାର ଜିଲ୍ଲା ଆଇନଜୀବୀ ସଂଘର କାର୍ଯ୍ୟାଳୟ ଓ ଅତିଥି ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ନବ ନିଯୁକ୍ତ ରାଜ୍ୟ ଆଇନଜୀବୀ ସଂଘର ସଦସ୍ୟ ଏବଂ ବରିଷ୍ଠ ଆଇନଜୀବୀମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସନ୍ଧ୍ୟା ୬:୦୦ ଘଣ୍ଟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା, ଏହି ସଂସ୍କୃତି ପ୍ରୋଗ୍ରାମ ରେ କୁନି କୁନି ଝିଅ ମାନେ ନୃତ୍ୟ ପରିଦର୍ଶନ କରି ସମସ୍ତକ ପ୍ରସଂସାରୋ କାରଣ ହୋଇ ଥିଲେ,ତତ୍ ସହିତ ଏକ ଛୋଟ ଧାରାବାହିକ ନାଟକ କି ପରିଭାବରେ ଥାନାରେ cise କୁ ରଫା ଦଫା କୋରାଯଉଛି ଏହା କୁ ଆଧାର କରି ମଞ୍ଚରେ ପରିଚାଳନା କରାଯାଇଥିଲା। ଏହି ନାଟକରେ ଗଂଜେଇ ବ୍ୟବସାୟୀଙ୍କୁ ନେଇ ପୋଲିସ ଏବଂ ଆଇନଜୀବୀ ର ଭୂମିକା ବିଷୟରେ ଅତି ସୁନ୍ଦର ଭାବେ ବର୍ଣ୍ଣିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ସତ୍ୟନାରୟଣ ମିଶ୍ର, ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ରାଜେଶ ଏକ୍କା, ଅନ୍ୟାନ୍ୟ କୋର୍ଟର ଜଜ୍ ସମୂହ, ଜିଲ୍ଲା ଆଇନଜୀବୀ ସଂଘର ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟ ମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟଉପସ୍ଥିତ ଥିଲେ।ଓକିଲ ମହାଶଙ୍ଗ ରୋ ସମସ୍ତ ଓକିଲ ଶୋଭାପତି ତାହା ସହ ଶକ୍ତି ପ୍ରସାଦ ବେହେରା ଓଡିଶା ଲେୱେର ଆଶ୍ସୋସିଏସନ ରୋ ଷ୍ଟେଟ ସେକ୍ରେଟାରୀ ମାଧ୍ୟ ଉପସ୍ଥିତ ଥିଲେ l
ଜୟପୁର ରୂ କୋମଳ ଭତ୍ରା ଙ୍କ ରିପୋର୍ଟ ସଂଘର୍ଷ ଟିଭି