ରାୟଗଡା ମହିଳା ବିଦ୍ୟାଳୟ ର କାର୍ଯ୍ୟରତ କ୍ରୀଡା ଅଧ୍ୟାପିକା ଓ ସମର ଶିକ୍ଷା ବାହିନୀର ଶିକ୍ଷୟତ୍ରୀ କ୍ୟାପଟେନ ଶ୍ରୀମତୀ ରିତା ରାଣୀ ମିଶ୍ର ଙ୍କୁ ଆଇରନ ଲେଡୀ ଭାବେ ପୁରସ୍କୃତ କରାଯାଇଛି। ସୂଚନା ମୁତାବକ ଶ୍ରୀମତୀ ରିତା ରାଣୀ ମିଶ୍ର ମହିଳା ମହାବିଦ୍ୟାଳୟ ରେ 15 ବର୍ଷରୁ ଉର୍ଦ୍ଧ୍ବ ହେଲା କ୍ରୀଡା ଅଧ୍ୟାପିକା ଭାବେ କାର୍ଯ୍ୟରତ ହୋଇ ଆସୁଛନ୍ତି ଓ ଦ୍ଵିତୀୟ ଓଡ଼ିଶା ବାଳିକା ବାଟାଲିନ ସମର ଶିକ୍ଷାର୍ଥୀ ବାହିନୀ ପ୍ରଶିକ୍ଷକ ଭାବେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ଆଶୁଛନ୍ତି। ତାଙ୍କୁ ଆଜି (24/12/23) ହରିୟଣା ପ୍ରଦେଶର ପାନିପଥ ଠାରେ ନେସନାଲ ମହିଳା ଅଲମ୍ପିକ ଆସୋସିସନର ଏକ ପୁରସ୍କାର ବିତରଣ ସମୋହାରରେ ନେସନାଲ ଫିଯିକାଲ ଫିଟନେସ ବୋର୍ଡ ତରଫରୁ ସର୍ବଉଚ୍ଚ ସମ୍ମାନସୂଚକ ଗୌରବ ଉପାଧି “ଆଇରନ ଲେଡୀ” ପୁରସ୍କାର ରେ ପୁରସ୍କୃତ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ପାଇବାର ଶୁଣି ସାରା ରାୟଗଡା ସହରର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀ ମାନେ ଖୁସି ଅନୁଭବ କରୁଛନ୍ତି ଓ ତାଙ୍କୁ ଶୁଭେଛା ବାର୍ତ୍ତା ର ସୁଅ ଛୁଟିଛି ଓ ଛୁଟିବାରେ ଲାଗିଛି। ରାୟଗଡା ମହିଳାଙ୍କୁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରିଥିବାରୁ ରାୟଗଡା ସହରର ସମସ୍ତ ନାଗରିକ ଗୌରବ ଅନୁଭବ କରୁଛନ୍ତି। ରାୟଗଡାରୁ ଆଶୁତୋଷ କୁମାର ପଟ୍ଟନାୟକ।