ଯୋଡା,୨୩/୧୨(sangharsatv)କେନ୍ଦୁଝର ଜିଲ୍ଲା ଯୋଡା ମହିଳା ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇ ଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଯୋଗ ଦେଇ ଛାତ୍ରୀମାନଙ୍କ ପାଇଁ ନିଜର ଅଭିଭାଷଣ ରଖି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଡା ପୌର ପ।ଳିକ। ଉପାଧ୍ଯକ୍ଷା ସଂନ୍ଧ୍ଯା ପାତ୍ର, କେନ୍ଦୁଝର ଜିଲ୍ଲା ବିଜେଡି ସଂପାଦକ ବାବୁଲାଲ ସାହୁ, ପୂର୍ବତନ ଯୋଡା ସହର ବିଜେଡି ସଭାପତି ଜିତେନ୍ଦ୍ର ଜୟସ୍ବାଲ, ଯୋଡା ପୌରପାଳିକାର ବିଜୁ ଛାତ୍ର ଜନତା ଦଳ ସଭାପତି ଦୀପଙ୍କର ବିଶ୍ବାସ ଓ ଚେଭରୋକସ୍ କନଷ୍ଟ୍ରକସନ୍ ର ନିର୍ଦ୍ଦେଶକ ଭିପୁଲ ବାର।ଟ ଯୋଗ ଦେଇ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କ୍ରୀଡା, ସାଂସ୍କୃତିକ ଓ ସମାଜ ସେବା କ୍ଷେତ୍ର ରେ ଛାତ୍ରୀମାନଙ୍କ ପ୍ରତିଭା ବିକାଶର ଉପାଦେୟତା ବିଷୟରେ କହିଥିଲେ। ସମ୍ମାନିତ ଅତିଥି ଭିପୁଲ ବାରାଟ ଛାତ୍ରୀମାନଙ୍କ ସାଂସ୍କୃତିକ ପରିବେଷଣ ଦେଖି ଓ ଓଡ଼ିଆ ସଂସ୍କୃତିରେ ମୁଗ୍ଧ ହେଇ ସାଂସ୍କୃତିକ ପରିବେଷଣ କରିଥିବା ସମସ୍ତ ଛାତ୍ରୀମାନଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ । ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତି ଉଦଯାପନି ସଭାରେ ସ୍ବାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ । ଅଧ୍ୟାପକ ପବିତ୍ର ମୋହନ କରଅତିଥି ପରିଚୟ ପ୍ରଦାନ କରିଥିଲେ ଓ +୨ ନୂଆ-ଓ ଅଧିକାରୀ ଅଧ୍ୟାପକ କିଷାନ ଚନ୍ଦ୍ର ନାଏକ ଓ+୩ ନୂଆ-ଓ ଅଧିକାରୀ ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଓ । ଶେଷରେ ଅଧ୍ୟାପିକା ମଧୁମିତା ମହାନ୍ତି ଅତିଥିମାନଙ୍କୁ ଧନ୍ଯବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ଯ ଉଦ୍ଦେଶ୍ଯ ଛାତ୍ରୀମାନଙ୍କ କ୍ରୀଡା, ସାଂସ୍କୃତିକ ଓ ସମାଜ ସେବା କ୍ଷେତ୍ର ରେ ପ୍ରତିଭା ବିକାଶ କରିବା ଯାହା ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇ ଡିସେମ୍ବ୨୩ ତାରିଖରେ ଉଦଯାପିତ ହୋଇଥିଲା।