ଯୋରନ୍ଦା ମହିମା ପୀଠର ରୂପାନ୍ତର ପାଇଁ ଭୂମିପୂଜନ ଉତ୍ସବରେ ସାମିଲ ହେବା ମୋ ପାଇଁ ବଡ଼ ସୌଭାଗ୍ୟର ବିଷୟ। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ଓ ଲୋକମାନଙ୍କ ସହିତ ମିଶିବାର ସୁଯୋଗ ପାଇ ମୁଁ ବହୁତ ଖୁସି।
ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ ବିଶ୍ୱାସ କରେ। ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି।
ଖୁବଶୀଘ୍ର ମହିମା ପୀଠର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇ ୩ ବର୍ଷ ମଧ୍ୟରେ ଶେଷ ହେବ। ଏହା ଢେଙ୍କାନାଳ ଜିଲ୍ଲାକୁ ନୂଆ ପରିଚୟ ଦେବ। ଯୋରନ୍ଦାକୁ ଏକ ପ୍ରମୁଖ ଆଧ୍ୟାତ୍ମିକ ପୀଠରେ ପରିଗଣିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା ସହ ଆଗାମୀ ମାଘ ମେଳା ଓ ଅଗ୍ନି ପୂର୍ଣ୍ଣିମା ପାଇଁ ମୋର ଶୁଭେଚ୍ଛା ଜଣାଉଛି।, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ