ଶ୍ରୀଜିଉଙ୍କ ମୂର୍ତ୍ତିକୁ ପାଣିରେ ବିସର୍ଜନ ବେଳେ ଟ୍ରାକ୍ଟରରୁ ଫିଙ୍ଗି ଦେଉଛନ୍ତି । ମହାବାହୁ ପାଣିରେ ନପଡି ଟ୍ରାକ୍ଟର ଡାଲାରେ ମୁହଁ ମାଡି ପଡିଯାଉଛନ୍ତି । ପରେ ଦୁଇ ଜଣ ବ୍ୟକ୍ତି ସେହି ମୂର୍ତଙ୍କୁ ଅତି କଦଯ୍ୟ ଭାବେ ତାଳସାରୀ ମହୋଦଧୀରେ ବିସର୍ଜନ କରୁଛନ୍ତି । ଏ କି ପ୍ରକାର ବିସର୍ଜନ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଥାନାଛକ ହେଲିପ୍ୟାଡ ପଡିଆରେ ଜଗନ୍ନାଥଙ୍କ ୩୨ ବେଶ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।କାର୍ଯ୍ୟକ୍ରମ ସରିବା ପରେ ଜଗନ୍ନାଥଙ୍କ ବେଶ ମୂର୍ତି, ରାଧାକୃଷ୍ଣ, ଲକ୍ଷ୍ମୀ, ଶିବ ଓ ସରସ୍ୱତୀଙ୍କ ମୂର୍ତିକୁ ବିସର୍ଜନ କରାଯାଇଛି । ୧୦ଟି ଟ୍ରାକ୍ଟରରେ ଠାକୁରଙ୍କ ମାଟି ମୂର୍ତିକୁ ବିସର୍ଜନ ପାଇଁ ତାଳସାରୀ ବେଳଭୂମିକୁ ନିଆଯାଇଥିଲା । ଆଉ ବିସର୍ଜନ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁ ଦୃଶ୍ୟ ପ୍ରତି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ।