Search
Close this search box.

ଜ୍ୟୋତି ଫେଲୋସିପ୍ ଆଶାୟୀ ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ

0
SHARES
62
VIEWS

ଯୋଡ଼ା ୨୨, ୨୦୨୩:(sangharsatv ) କେନ୍ଦୁଝର ଜିଲ୍ଲା ଗୁଆଲି ଗ୍ରାମର ଆଶା ନାଏକଙ୍କ ପରିବାର ଅତ୍ୟନ୍ତ ଦୁର୍ଦ୍ଦିନରେ ଜୀବନ କାଟୁଥିଲା । ଘରର ଅବସ୍ଥା ବହୁତ ଖରାପ ଥିବାରୁ ପାଠପଢ଼ା ଛାଡ଼ି କିଛି କାମଧନ୍ଦା କରି ପରିବାରକୁ ସାହାର୍ଯ୍ୟ କରିବାକୁ ଭାବୁଥିଲେ ଆଶା । ତାଙ୍କ ବାପା, ଭୀଷଣ ଦେହ ଖରାପ ହେବାରୁ ପାଞ୍ଚ ବର୍ଷ ପୂର୍ବେ ସୁପରଭାଇଜର ଚାକିରି ଛାଡ଼ିଦେଇଥିଲେ, ଯାହା ଫଳରେ ପରିବାରର ଦୁଃଖ ଦ୍ୱିଗୁଣିତ ହୋଇଯାଇଥିଲା । ଘରର ସବୁ ଦାୟିତ୍ୱ ମା’ ସୁଲୋଚନାଙ୍କ ଉପରେ ପଡ଼ିଥିଲା । ଦଶ ଜଣିଆ ଏକ ପରିବାରକୁ ଚଳାଇବା ବେଶ କଷ୍ଟକର ହୋଇପଡ଼ିଥିଲା । ନିୟମିତ ବ୍ୟବଧାନରେ ମିଳୁନଥିବା କାମ ଏବଂ ଶ୍ରମ ଜରିଆରେ ଗୁଜୁରାଣ ମେଣ୍ଟାଇବା ଅତ୍ୟନ୍ତ କଷ୍ଟକର ଥିଲା ।ଏଭଳି ଏକ ସମୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଜ୍ୟୋତି ଫେଲୋସିପ୍ ପ୍ରବେଶିକା ପରୀକ୍ଷା ପାଇଁ ଆଶାର କିରଣ ଭାବେ ଉଭା ହୋଇଥିଲା । ମୁଚୁରିଆ ମାଲଦା ରେ ଥିବା ବାଳିକା ଆଶ୍ରମ ସ୍କୁଲର ଛାତ୍ରୀ ଆଶାଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନର ଆଭାସ ମିଳିଥିଲା । ୨୦୨୨-୨୩ରେ ସେ ଏହି ଶିକ୍ଷାବୃତ୍ତି ପାଇବାରେ ସଫଳତା ହାସଲ କରିଥିଲେ ଯାହା ତାଙ୍କ ବଡ଼ ପରିବାରର ଭବିଷ୍ୟତ ଲାଗି ଆଶା ସଞ୍ଚାର କରିଥିଲା । ବହୁତ ପିଲାଙ୍କ ଲାଳନପାଳନ ତାଙ୍କ ପରିବାର ଲାଗି କଷ୍ଟକର ଥିଲା । ଏହି ଶିକ୍ଷାବୃତି ମାଧ୍ୟମରେ ସଂଘର୍ଷମୟ ଜୀବନରେ ଆଶାଙ୍କୁ ଯେଭଳି ଏକ ଜୀବନରେଖା ମିଳିଯାଇଛି ।ଆଶା କହନ୍ତି, “ଜଣେ ଆଶାୟୀ ବିଦ୍ୟାର୍ଥୀ ପାଇଁ ଶିକ୍ଷା ଜାରି ରଖିବାଠାରୁ ଆଉ କିଛି ବି ଗୁରୁତ୍ୱପୂର୍ଣ୍ଣ ନୁହେଁ । ଟାଟା ଷ୍ଟିଲ୍ ଫାଉଣ୍ଡେସନ ଯେଉଁ ସହଯୋଗ କରିଛି ସେଥିପାଇଁ ମୁଁ ସର୍ବଦା ଋଣୀ ରହିବି ।”ପାଣ୍ଡୁଲିପୋଷୀ ଗ୍ରାମର ବାସିନ୍ଦା ତଥା ଅର୍ଚ୍ଚିତା ନାୟକଙ୍କ ପିତା ଜଗୁ ନାଏକ କହନ୍ତି, “ଟାଟା ଷ୍ଟିଲ ଫାଉଣ୍ଡେସନର ଏହି ଶିକ୍ଷାବୃତ୍ତି ବେଶ ପ୍ରଶଂସନୀୟ ଯାହା ଛାତ୍ରଛାତ୍ରୀ ଙ୍କୁ ତାଙ୍କ ସ୍ଵପ୍ନ ର କ୍ୟାରିୟର ଗଢ଼ିବା ରେ ସହାୟକ ହେବ ।” ୨୦୨୦ରୁ ୨୦୨୩ ମଧ୍ୟରେ କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପ ଡିଭିଜନ୍‌ର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ସମୁଦାୟର ମୋଟ ୭୭ ଜଣ ଛାତ୍ରଛାତ୍ରୀ ଜ୍ୟୋତି ଫେଲୋସିପ୍ ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଛାତ୍ରଛାତ୍ରୀମାନଙ୍କୁ ମୋଟ ୩,୦୯,୭୫୦ ଟଙ୍କାର ଶିକ୍ଷାବୃତ୍ତି ପ୍ରଦାନ କରାଯାଇଛି ।ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷା ଓ କ୍ୟାରିୟର ଅଭିଳାଷ ପୂରଣ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ ତରଫରୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଉଛି । କଳମଙ୍ଗ ଓ ଗନ୍ଧଲପଡ଼ା ପ୍ରକଳ୍ପ ଡିଭିଜନ୍‌ର ଯେଉଁ ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ଶେଷ କରିବା ଲାଗି ଅସୁବିଧା ସାମ୍ନା କରୁଛନ୍ତି, ସେମାନଙ୍କ ଲାଗି ଏହି ଫେଲୋସିପ୍ ବରଦାନ ସାବ୍ୟସ୍ତ ହୋଇଛି । ଆର୍ଥିକ ସହଯୋଗର ଅଭାବରୁ ବହୁ ଛାତ୍ରଛାତ୍ରୀ ଅଧାରୁ ସ୍କୁଲ ଓ କଲେଜ ପାଠପଢ଼ା ଛାଡ଼ୁଛନ୍ତି ।ଝାଡ଼ଖଣ୍ଡ ରାଜ୍ୟର ଜIମାଡୋବା, ପଶ୍ଚିମ ବୋକାରୋ, ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଓ ସଢ଼େଇକଳା ଖରସୁଆଁ ଜିଲ୍ଲା ଭଳି ଅଞ୍ଚଳ ଏବଂ ଓଡିଶାର ସୁକିନ୍ଦା, ବାମନିପାଳ, ଯୋଡ଼ା, ଗୋପାଳପୁର, କଳିଙ୍ଗନଗର, ଗୋମIଡିହ, କାଟାମାଟି, କଳମଙ୍ଗ ଓ ଗନ୍ଧଲପଡ଼ାର ଛାତ୍ରଛାତ୍ରୀମାନଙ୍କୁ ଟାଟା ଷ୍ଟିଲ୍‌ର ଜ୍ୟୋତି ଫେଲୋସିପ୍ କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

    Related News

    Follow Us