ଲଟେରି ମାଧ୍ୟମରେ ଜିତିଥିବା କାର୍ଗୁଡ଼ିକ ରିହାତିରେ ବିକିବା ନାଁରେ ଗ୍ରାହକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ଦଂପତି ସମେତ ମୋଟ ୩ ଜଣ ଅଭିଯୁକ୍ତ ଭୁବନେଶ୍ବର-କଟକ କମିସନରେଟ ପୁଲିସ ହାତରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଶିବରାମ୍ ଗୌଡ଼, ଅକ୍ଷୟ ଗୌଡ଼ ଓ ଅକ୍ଷୟଙ୍କ ସ୍ତ୍ରୀ ଉସାରାଣୀ ବାରିକ।
ଗଣମାଧ୍ୟମର ପ୍ରତିନିଧିଙ୍କୁ ଭୁବନେଶ୍ବର ଡିସିପି କହିଛନ୍ତି, ଶିବରାମ୍ ଗୌଡ଼, ଅକ୍ଷୟ ଗୌଡ଼ ଓ ଅକ୍ଷୟଙ୍କ ସ୍ତ୍ରୀ ଉସାରାଣୀ ବାରିକ ଲଟେରି ମାଧ୍ୟମରେ ପାଇଥିବା ଗାଡ଼ିଗୁଡ଼ିକୁ ବିକ୍ରି କରି ଲୋକଙ୍କୁ ଠକିବାର ଯୋଜନା କରିଥିଲେ। ସେମାନେ ୨୦୧୫ରୁ ୨୦୧୬ ମଧ୍ୟରେ ପାଖାପାଖି ୨୦ଟି କାର ଜିତିଛନ୍ତି ଓ କମ୍ ଦାମ୍ରେ ଗାଡ଼ି ଦେବେ ବୋଲି ଲୋକଙ୍କୁ ଲୋଭ ଦେଖାଉଥିଲେ। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ପୁରୁଣା ଫଟୋ ଓ ଭିଡିଓ ଦେଖାଉଥିଲେ। ଲୋକଙ୍କ ବିଶ୍ବାସ ହେବା ପରେ ଟଙ୍କା ଦେଇଥିଲେ। ଅନେକ ଲୋକଙ୍କ ଠାରୁ ଏହିଭଳି ଭାବେ ଟଙ୍କା ନେବା ପରେ ଫେରାର ହୋଇଯାଇଥିଲେ।
ଭୁବନେଶ୍ୱର ନୟାପଲ୍ଲୀରୁ ଦୁଇ ଓ ଛତ୍ରପୁରରୁ ଜଣକୁ ପୁଲିସ ଗିରଫ କରିଛି। ଏବେ ସୁଦ୍ଧା ସେମାନଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଛି। ସବୁ ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଛି। ବିଭିନ୍ନ ସ୍ଥାନରେ ଫ୍ଲାଟ, ଜମି ଓ ସୁନା କିଣିଛନ୍ତି। ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଡିସିପି ଶ୍ରୀ ସିଂହ ସୂଚନା ଦେଇଛନ୍ତି, ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ