Search
Close this search box.

ସୋସିଆଲ ମିଡିଆର ପ୍ରଭାବ : ନାଳ ଓ ଆବର୍ଜନା ସଫା କଲା ମହାନଗର ନିଗମ

0
SHARES
11
VIEWS

ବ୍ରହ୍ମପୁର; ୨୧/୧୨ : ମହାନଗର ନିଗମ ୱାର୍ଡ଼ ନମ୍ବର ୨୫ ଓ ୨୬ ମଝିରେ ଥିବା ନିଳକଣ୍ଠ ନଗର ପ୍ରଥମ ଗଳି ବାସିନ୍ଦା ସଫେଇ କାର୍ଯ୍ୟକୁ ନେଇ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଥିବା ଖବରଟି ସୋସିଆଲ ମିଡିଆରେ ପ୍ରଚାର ଓ ପ୍ରସାର ହେବା ପରେ ମହାନଗର ନିଗମର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିଛି । ବିଳମ୍ବରେ ହେଲେ ମଧ୍ୟ ମହାନଗର ନିଗମର ସଫେଇ ବିଭାଗୀୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଦିନ ଧରି ନାଳରେ ପଡିରହିଥିବା ଆବର୍ଜନା ସଫା କରିଥିବା ଫଳରେ ନିଳକଣ୍ଠ ନଗର ପ୍ରଥମ ଗଳି ବାସୀ ଆସ୍ବସ୍ତ ପ୍ରକାଶ କରିବା ସହ ନିଗମ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ୱାର୍ଡ଼ ନମ୍ବର ୨୫ ଓ ୨୬ ମଝିରେ ଥିବା ନିଳକଣ୍ଠ ନଗର ପ୍ରଥମ ଗଳି ପଛପଟେ ଥିବା ନାଳଟି ଅନେକ ଦିନ ଧରି ସଫେଇ ହେଇନଥିବା ଫଳରେ କୁଡ଼ କୁଡ଼ ଅଳିଆ ଆବର୍ଜ୍ଜନା ସାଙ୍ଗକୁ ମାଟି ପୋତି ହୋଇ ନାଳର ଦୁର୍ଗନ୍ଧ ପାଣି ଘର ଭିତରେ ପଶୁଥିବା ଫଳରେ ସ୍ଥାନୀୟ ବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ୨୬ ନମ୍ବର କର୍ପୋରେଟରଙ୍କ ସହ ଯୋଗାଯୋଗ କରିବାରୁ ଏହି ୱାର୍ଡ଼ଟି ମୋ ୱାର୍ଡ ନୁହଁ ୨୫ ନମ୍ବର ୱାର୍ଡ କର୍ପୋରେଟରଙ୍କ ସହ ସାକ୍ଷାତ କରିବାକୁ କହୁଥିଲେ । ସେ ବି ସେହି ପନ୍ଥା ଧରିଥିଲେ। ବାରମ୍ଵାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଇନଥିବା ବାସିନ୍ଦା ଅଭିଯୋଗ କରିଥିଲେ। ଏହାକୁ ନେଇ ମହାନଗର ନିଗମ କତ୍ତୃପକ୍ଷଙ୍କୁ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ହସ୍ତକ୍ଷେପ କରି ମହାନଗର ନିଗମ ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା ସଫେଇ କର୍ମଚାରୀଙ୍କୁ ଘଟଣା ସ୍ଥଳକୁ ପଠାଇ ସଫେଇ କାର୍ଯ୍ୟ କରିଥିଲେ। ଉକ୍ତ କାର୍ଯ୍ୟ ହୋଇଥିବାରୁ ଅଞ୍ଚଳବାସୀ ଖୁସି ପ୍ରକଟ କରିବା ସହ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

    Related News

    Follow Us