Sangharsatv : ସାଲେପୁର ରାସ୍ତା ନିର୍ମାଣ କାର୍ଯ୍ୟର ବିଲ୍ କରାଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥ୍ ବାବେଳେ ସାଲେପୁର ବ୍ଲକ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡିବା ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସାଲେପୁର ବ୍ଲକ୍ ଅନ୍ତର୍ଗତ ତରିତୋ ପଞ୍ଚାୟତର ଏକ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଉକ୍ତ କାର୍ଯ୍ୟର ବିଲ୍
କରାଇବା ପାଇଁ ଠିକାଦାର ଲୋଲୁପ
କୁମାର ବିଶ୍ବାଳ ବାରମ୍ବାର ସାଲେପୁର ବ୍ଲକ୍
ସହକାରୀ ଯନ୍ତ୍ରୀ ବିଭୁତିଭୂଷଣ ନାୟକଙ୍କ
ନିକଟକୁ ଯାଇଥିଲେ ମଧ୍ୟ ସେ ପି.ସି.
ବାବଦକୁ ଅଗ୍ରୀମ ଟଙ୍କା ଦେଲେ ତୁମର
ବିଲ୍ କରାଇଦେବି ବୋଲି କହିଥିଲେ।
ଶେଷରେ କିଛି ଉପାୟ ନପାଇ ଠିକାଦାର
ଶ୍ରୀ ବିଶ୍ଵାଳ ଏନେଇ ଭିଜିଲାନ୍ସ ନିକଟରେ
ଅଭିଯୋଗ କରିଥିଲେ। ଶୁକ୍ରବାର
ଅପରାହ୍ନରେ ଉକ୍ତ କାମର ବିଲ୍
କରାଇଦେବା ପାଇଁ ଠିକାଦାର ଶ୍ରୀ ବିଶ୍ଵାଳ
୪୦ ହଜାର ଟଙ୍କା ସହକାରୀ ଯନ୍ତ୍ରୀଙ୍କୁ ଲାଞ୍ଚ
ଦେଉଥିବାବେଳେ ଭିଜିଲାନ୍ସ ଡି.ଏସ୍. ପି.
ସୁଶିଲ ଏକାଙ୍କ ନେତୃତ୍ଵରେ ପୂର୍ବରୁ ପ୍ରସ୍ତୁତ
ହୋଇରହିଥିବା ୭ ଜଣିଆ ଭିଜିଲାନ୍ସ ଟିମ୍
ସହକାରୀ ଯନ୍ତ୍ରୀଙ୍କ ନିକଟରୁ ରଂଗବୋଳା
୪୦ ହଜାର ଟଙ୍କା ସହ ତାଙ୍କୁ ଧରିଥିଲେ।
ତେବେ ଏହି ଘଟଣାକୁ ନେଇ ବ୍ଲକ୍
ପରିସରରେ କିଛି ସମୟ ଉତ୍ତେଜ ନା
ଲାଗିଥୁଲା। ଶେଷରେ ସାଲେପୁର ପୁଲିସ
ସହାୟତାରେ ଭିଜିଲାନ୍ସ ବିଭାଗ ସହକାରୀ
ଯନ୍ତ୍ରୀ ବିଭୁତିଭୂଷଣ ନାୟକଙ୍କୁ ଗିରଫ କରି
ଅଧ୍ଵ ତଥ୍ୟ ପାଇଁ ନେଇଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ, କିଛି ମାସ ତଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ସାଲେପୁର ପୂର୍ତ୍ତ ବିଭାଗ ଏସ୍.ଡି.ଓ.
ଅର୍ଜୁନ ସାହୁଙ୍କୁ ଗିରଫ କରିଥିଲା ।