Search
Close this search box.

ଧାନ ଅମଳ ମେସିନ ରେ ପସି ଶ୍ରମିକ ର ମୃତ୍ୟୁ

0
SHARES
52
VIEWS

ଭଞ୍ଜନଗର,୧୯/୧୨ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ମେସିନ ସାହାଯ୍ୟରେ ଧାନ ଅମଳ କରୁଥିବା ସମୟରେ ଅସାଵଧାନତା କାରଣରୁ ଜଣେ ଶ୍ରମିକର ଜୀବନ ଯାଇଛି । ଅପରାହ୍ନ ସମୟରେ
ଜିରାବାଡି ଗ୍ରାମ ରେ ଜୈନିକ ଟ୍ରାକ୍ଟର ମାଲିକ ଙ୍କ ଧାନ ଅମଳ ପାଇଁ ମେସିନ ଲଗାଯାଇଥିଲା। ମେସିନ ଅପରେଟିଂ କରୁଥିବା ଶ୍ରମିକ ବୁଲୁ ପାତ୍ର(୩୫) ଧାନ ପକାଉ ଥିବା ବେଳେ ହଠାତ ତାଙ୍କ ଗୋଡ ମେସିନ ମଧ୍ୟରେ ପଶିଯାଇଥିଲା ଭିତରକୁ ଟାଣି ହୋଇ ତାହାରି ମଧ୍ୟରେ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଅନ୍ୟ ପଟରେ ବାହାରି ଯାଇଥିଲା । ଏଭଳି ଦୃଶ୍ୟ ଦେଖିବା ପରେ ଗାଁ ରେ ଉତେଜନା ଦେଖାଦେଇଥିଲା । ପୋଲିସ୍ ପହଞ୍ଚି ଶବ ଖଣ୍ଡ ଗୁଡିକୁ ଉଦ୍ଧାର କରିବା ସହ ସ୍ଥିତି କୁ ସମ୍ଭାଳିଛି । ଏ ନେଇ କେସ ନଂ ୭୬୭/୨୩ ରେ ଏକ ମାମଲା ରୁଜୁ କରି ଶବ କୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ମେଡ଼ିକାଲ ପଠାଇ ତଦନ୍ତ ଆରମ୍ଭ କରିଛି । ବୁଲୁ ଏହି ଗ୍ରାମର ଗୋଲା ସାହିର ବାସିନ୍ଦା ହୋଇ ଥିବା ବେଳେ ଗତ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ସେ ଏହି କାମ କରିଆସୁଥିଲେ। ତାଙ୍କର ଗୋଟିଏ ୧୧ ବର୍ଷର ଓ ଗୋଟିଏ ତିନି ମାସର ଶିଶୁ ରହିଛି । ପରିବାର ର ଆଗାମୀ ଅବସ୍ଥା କଣ ହେବ ତାହାକୁ ନେଇ ଚିନ୍ତା ବଢି ଥିବା ବେଳେ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

    Related News

    Follow Us