Search
Close this search box.

ବ୍ରହ୍ମପୁରସ୍ଥ ଲାଞ୍ଜିପଲ୍ଲୀ ବରିଷ୍ଠ ନାଗରିକ ମଂଚର ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ନିର୍ବାଚନ ପାଳିତ ।

0
SHARES
285
VIEWS

ବ୍ରହ୍ମପୁର,ତା ୧୮-୧୨-୨୩ । ଆଜି ଲାଂଜିପଲ୍ଲୀର ବରିଷ୍ଠ ନାଗରିକ ମଂଚର ୧୨ତମ ବାର୍ଷିକ ଉତ୍ସବ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ଯକ୍ରମ ସ୍ଥାନୀୟ ଚଣ୍ତି ମନ୍ଦିର ନିକଟସ୍ଥ ଦିବ୍ୟ ଜୀବନ ସଂଘ ପରିସରରେ ପୂର୍ବାହ୍ମ ୧୧ଘଣ୍ଟ ସମୟରେ ମଂଚ ସଭାପତି ପ୍ରଫେସର ଡଃ ଭାସ୍କର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ରାଜନୀତି ବିଜ୍ଞାନୀ, ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ବରିଷ୍ଠ ନାଗରିକ ମଂଚ,ବ୍ରହ୍ମପୁରର ସଭାପତି ପ୍ରଫେସର ଡଃ ଜୟନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମ ଆରମ୍ଭରେ ମଂଚ ଦ୍ବାରା ଗଢ଼ା ଯାଇଥିବା ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରର ପ୍ରଥମ ବ୍ୟାୟାମ ଗୁରୁ ସ୍ବର୍ଗତ ଲକ୍ଷ୍ମୀକାନ୍ତ ସତପଥୀଙ୍କ ଫୋଟରେ ପୁଷ୍ପମାଲ୍ୟ ପ୍ରଦାନ ଓ ଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା । ଏହାପରେ ବିଗତ ବର୍ଷମାନଙ୍କରେ ଇହଲୀଳା ସମ୍ବରଣ କରିଥିବା ସଭ୍ୟଙ୍କ ଉଦ୍ଦେଶ୍ଯରେ ୧ ମିନଣ୍ଟ ନିରବ ପ୍ରାର୍ଥନା କରା ଯାଇଥିଲା । ତତ୍ପରେ ସଂପାଦକ ଶ୍ରୀ ବିଶ୍ବନାଥ ପାଢ଼ୀ ବାର୍ଷିକ ବିବରଣୀ ପାଠ କରିବାପରେ କେଷାଧ୍ଯକ୍ଷ ଶ୍ରୀ ଶିବରାମ ପାଣିଗ୍ରାହି ବାର୍ଷିକ ଆୟ ବ୍ୟୟର ହିସାବ ଉପସ୍ଥାପନା କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ମହାପାତ୍ର ସାଂପ୍ରତି ବରିଷ୍ଠ ନାଗରିକମାନଙ୍କ ମାନସିକ, ଶାରୀରିକ ତଥା ଆର୍ଥିକ ଅବସ୍ଥା ଉପରେ ଆଲୋକପାତ କରି ସେଥିରୁ ରକ୍ଷା ପାଇବା ପାଇଁ ପରଷ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ଯଥାସାଧ୍ଯ ଆର୍ଥିକ, ମାନସିକ, କାୟିକ, ବାଚନିକ ସାହାଯ୍ଯ ପାଇଁ ଅନୁରୋଧ କରିଥିଲେ । ପ୍ରଫେସର ପାଢ଼ୀ ତାଙ୍କର ସଭାପତିଙ୍କ ଅଭିଭାଷଣରେ ସମସ୍ତ ବରିଷ୍ଠ ନାଗରିକ ନିଜ ନିଜର ଦୁରବସ୍ଥାରୁ ଲାଘବ ପାଇବା ପାଇଁ ପରଷ୍ପର ମଧ୍ୟରେ ହସ ଖୁସିରେ ରହିଲେ ମନର ଅନେକ ଦୁଃଶ୍ଚିନ୍ତା ଦୂର ହେବା ସଙ୍ଗେସଙ୍ଗେ ସ୍ବାସ୍ଥ୍ୟ ସୁସ୍ଥ ରହିବ ବୋଲି ଗୁରୁତ୍ତ୍ବାରୋପ କରିଥିଲେ ।ଏତଦ୍ ବ୍ୟତୀତ ବ୍ରହ୍ମପୁର ସହରରେ ଗଢ଼ି ଉଠିଥିବା ସମସ୍ତ ବରିଷ୍ଠ ନାଗରିକ ମଂଚ ସମୁହଭାବେ କାର୍ଯ୍ଯକଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ବାରା ବରିଷ୍ଠ ନାଗରିକଙ୍କ ପ୍ରତି କରା ଯାଇଥିବା ସମସ୍ତ ସହାୟତା ଓ ଆଇନର ସୁଫଳତା ପାଇପାରିବା ବୋଲି କହିଥିଲେ ।
ଦ୍ବିତୀୟ ଅଧିବେଶନରେ ମଂଚର ପୂର୍ବତନ କର୍ମକର୍ତ୍ତା କମିଟିକୁ ରଦ୍ଦ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା ।ଏଥିରେ ସର୍ବ ସମ୍ମତିକ୍ରମେ ପ୍ରଫେସର ଡଃ ଭାସ୍କର ପାଢ଼ୀଙ୍କୁ ପୁନର୍ବାର ସଭାପତି କରାଯାଇଥିବା ବେଳେ ପ୍ରଫେସର ଡଃ ଅରୁଣ କୁମାର ପଣ୍ତାଙ୍କୁ ଉପ ସଭାପତି, ଶ୍ରୀ ସୁରେଶ ଜେନାଙ୍କୁ ସଂପାଦକ, ଇଂ ବିନୋଦ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଯୁଗ୍ମ ସଂପାଦକ, ଏବଂ ଶ୍ରୀ ପ୍ରଫୁଲ କୁମାର ପାତ୍ରଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନିତ କରାଯାଇଥିଲା । ଏତଦ୍ ବ୍ୟତୀତ ସର୍ବଶ୍ରୀ ବିଭୂତି ଭୂଷଣ ବେହେରା, ପ୍ରଶାନ୍ତ କୁମାର ରାୟ, ରମେଶ ଚନ୍ଦ୍ର ମହାନ୍ତି, ଶାନ୍ତନୁ କୁମାର ମିଶ୍ର, କଂଗ୍ରେସ ସାହୁ ଏବଂ ଏସ୍ ରାମଚନ୍ଦ୍ର ପାତ୍ର କାର୍ଯ୍ଯ ନିର୍ବାହୀ ସଦସ୍ୟ ରୂପେ ମନୋନିତ ହୋଇଛନ୍ତି । ପରିଶେଷରେ ମଂଚର ପ୍ରତିଷ୍ଠାତା ସଂପାଦକ ଶ୍ରୀ ବିଶ୍ବନାଥ ପାଢ଼ୀ ଏବଂ ପ୍ରତିଷ୍ଠାତା ସଭ୍ୟ ଶ୍ରୀ କେ. କ୍ରିଷ୍ଣା ରାଓ ଙ୍କୁ ଉପଦେଷ୍ଠା ଭାବେ ମନୋନିତ କରାଯାଇଛି ।
ମଂଚ ପରିଚାଳନାରରେ ସର୍ବଶ୍ରୀ ରମେଶ ଚନ୍ଦ୍ର ମହାନ୍ତି, ପ୍ରମୋଦ ମିଶ୍ର, ସତ୍ଯବାଦୀ ମହାରଣା ଏବଂ ସୁଜନ ଶୁକ୍ଳ ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀ ଶିବରାମ ପାଣିଗ୍ରାହିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତଙ୍କ ପାଇଁ ମଧ୍ୟାହ୍ଣ ଭୋଜନର ଆୟୋଜନ କରାଯାଇଥିଲା ।

    Related News

    Follow Us