ଧରାକୋଟ,18/1223
ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧରାକୋଟ ବ୍ଲକ କନଫରେନ୍ସ ହଲ ରେ ଚଳିତ ବର୍ଷର ଧାନ ମଣ୍ଡି ଖୋଲିବା ଓ ସୁଚାରୁ ରୂପେ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବି ଡି ଓ ଡେନିସ ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି,ଆସିକା ସମବାୟ ଉପ ନିବନ୍ଧକ ପ୍ରମୋଦ ପଣ୍ଡା,ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି,ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ,ଯୋଗାଣ ନିରୀକ୍ଷକ ସଞ୍ଜୟ ମଲିକ, ସି ଡି ପି ଓ ସୁନିଲ ପ୍ରଭା ରଥ, ବି ପି ସି ବିଷ୍ଣୁ ପ୍ରସାଦ ବେହେରା ଙ୍କ ସମେତ ସମସ୍ତ ମିଲର,ସମବାୟ ସମିତି ସମ୍ପାଦକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଆସନ୍ତା ଡ଼ିସେମ୍ବର 22 ତାରିଖ ଶୁକ୍ରବାର ଦିନ ବ୍ଲକର 19 ଗୋଟି ସ୍ଥାନରେ ମଣ୍ଡି ଖୋଲିବ । ଏଫ କ୍ୟୁ ମାନର ସ୍ୱଚ୍ଛ ଧାନ ପାଇଁ ସରକାରୀ ସ୍ତରରେ କ୍ଵିଣ୍ଟାଲ ପିଛା 2183 ନିର୍ଦ୍ଧାରିତ ମୂଲ୍ୟ ଚାଷୀଙ୍କୁ ପ୍ରଦାନ କରାଯିବ । ବାହାର ମୁନାଫା ଖୋର ବେପାରୀ ମାନଙ୍କୁ ଚାଷୀ ଶାଗ ମାଛ ମୂଲ୍ୟରେ ଧାନ ନଦେଇ ମଣ୍ଡିରେ ଦେବା ପାଇଁ ସଚେତନ କରାଇବା ପାଇଁ ଆଲୋଚନା ହୋଇଥିଲା ।