Search
Close this search box.

ଜଳସେଚନ ବିଭାଗ ପକ୍ଷରୁ ପାଣି ପଂଚାୟତ ବୈଠକ

0
SHARES
28
VIEWS

ଆସିକା (୧୮/୧୨/୨୩) ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କ ସକାଶେ ଜଳସେଚନ ବିଭାଗର ପକ୍ଷରୁ ଢ଼ଉଗାଁ ଅଫିସରେ ପାଣି ପଂଚାୟତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଚିଶି ଗୋଟି ପାଣି ପଂଚାୟତର କର୍ମକର୍ତ୍ତା ମାନେ ଯୋଗଦେଇ ଜଳ ସେଚନ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ନାଥ ସେଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜଳସେଚନ କିଭଳି ସୁଚାରୁ ରୂପେ ପରିଚାଳନା ହେବ ଏବଂ କମ ପାଣିରେ କି କି ଚାଷ କାର୍ଯ୍ୟ ହେବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା।ଏଥିରେ ଢ଼ଉଗାଁ,ନିଗମାନନ୍ଦ ପାଣିପାଞ୍ଚାୟତ,ସୁବର୍ଣ୍ଣନେଶ୍ୱର ପାଣି ପଞ୍ଚାୟତ,ସପନେଶ୍ୱର ପାଣିପଞ୍ଚାୟତ, କରଞ୍ଜେଇ ପାଣିପଞ୍ଚାୟତ,କମାଶାସନ,ମୁଣ୍ଡମରେଇ ପାଣିପାଞ୍ଚାୟତର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।ଆତିଶୀଘ୍ର ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ଗାଁ କୁ ଗାଁ ବୁଲି ଡକାଵାଜି ଯନ୍ତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ଏବଂ ପାଣି ପଂଚାୟତର କମିଟିକୁ ସାମିଲ କରାଇ ଜଳ ସେଚନ ଦିଗରେ ସୁବନ୍ଦୋବସ୍ତ କରାଯିବ ବୋଲି ସୂଚନା ମିଳିଛି।

    Related News

    Follow Us