ବାଲୁଗାଁ ତା 16.12.2023- ବାଲୁଗାଁ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ସମସାମୟିକ ଭାରତୀୟ ସାହିତ୍ୟ ଓ ସମାଜରେ ରାମାୟଣ ଓ ମହାଭାରତର ପରିବର୍ତ୍ତିତ ଦୃଷ୍ଟିକୋଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଜାତୀୟ ସମ୍ପାନରେ ଭାରତର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକମାନେ ଯୋଗଦେଇ ରାମାୟଣ ଓ ମହାଭାରତର ସାମ୍ପ୍ରତିକ ପ୍ରାସଙ୍ଗିକତା ଓ ଭାରତୀୟ ସାହିତ୍ୟରେ ଏହାର ପ୍ରଭାବର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ଉପସ୍ଥାପନ କରିବା ସହ ଏହାକୁ ଜନମାନସରେ ବ୍ୟାପକ କରିବାକୁ ବୌଦ୍ଧିକ ଯୁକ୍ତି ବlଢ଼ିଥିଲେ l ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ l ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ ଅତିଥି ପରିଚୟ ପ୍ରଦାନ କରିବା ପରେ ବିଭାଗୀୟ ମୁଖ୍ୟ ତଥା ଆବାହିକl ଡକ୍ଟର ଜୟନ୍ତୀ ସାମଲ ସମ୍ପlନର ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ l ଏହି ଅବସରରେ ଅଧ୍ୟକ୍ଷl ମଂଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ପରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହାପରେ ସମ୍ମାନିତ ଅତିଥି ଭାବେ ଡକ୍ଟର ମନୋରଞ୍ଜନ ବେହୁରା ଯୋଗଦେଇ ବିଭିନ୍ନ ଭାଷାରେ ବିଭିନ୍ନ ରଚୟିତାଙ୍କ ଦ୍ୱାରା ଲିଖିତ ଭଗବତ ଗୀତାରେ ମହାଭାରତର ଚରିତ୍ର ବିଶ୍ଳେଷଣ କରିବା ସହ ଭାରତୀୟ ସାହିତ୍ୟରେ ଚରିତ୍ରମାନଙ୍କର ପରିବର୍ତ୍ତିତ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ l ଏହାପରେ ମୁଖ୍ୟବକ୍ତା ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ପ୍ରଫେସର ନିଶାମଣୀ କର ଓ ମୁଖ୍ୟ ଅତିଥି ଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଗୁରୁ ଚରଣ ବେହେରା ଯୋଗଦେଇ ସମସାମୟିକ ଭାରତୀୟ ଓ ବିଶ୍ୱ ସାହିତ୍ୟରେ ରାମାୟଣ ଓ ମହାଭାରତରେ ସନ୍ନିବେଷିତ ମୂଲ୍ୟବୋଧର ସାମ୍ପ୍ରତିକ ଦୃଷ୍ଟିକୋଣ ସମ୍ପର୍କରେ ସେମାନଙ୍କର ଗଭୀର ଚିନ୍ତନ ଓ ସମୀକ୍ଷା ଉପସ୍ଥାପନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପତିତପାବନ ପଣ୍ଡା ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ l ଏହାପରେ ଦ୍ୱିତୀୟ ଅଧିବେଶନରେ ଡକ୍ଟର ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲl l ଏଥିରେ ଅଧ୍ୟାପକ ବିଭୁତିଭୂଷଣ ହୋତା,ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ମନସ୍ମିନୀ ପଟ୍ଟନାୟକ,ଡକ୍ଟର ଅକ୍ଷୟ ମିଶ୍ର,ଡକ୍ଟର ଚନ୍ଦନ ପ୍ରସାଦ ଜେନା,ତ୍ରିଲୋଚନ ସାହୁ,ଡକ୍ଟର ଅନିଲ ନନ୍ଦ,ଡକ୍ଟର ସନ୍ତୋଷ ରଥ ପ୍ରମୁଖ ଆଲୋଚନାଚକ୍ରର ବିଷୟ ସମ୍ପର୍କିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ l ଡକ୍ଟର ଆଶୁତୋଷ ସlମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥାପିତ ହୋଇଥିବା ପ୍ରବନ୍ଧ ଗୁଡିକ ଉପରେ ବିଶ୍ଳେଷଣlତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ l ଛାତ୍ରୀ ଅର୍ଚିତା ପ୍ରଧାନ ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ l