Search
Close this search box.

ସପ୍ତମ ପଞ୍ଚାୟତ ସମିତି ବୈଠକ

0
SHARES
1
VIEWS

ଯୋଡା, ୧୬/୧୨(ସଂଘର୍ଷ ରମେଶ )କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ସଭାଗୃହରେ ଶନିବାର ପଞ୍ଚାୟତ ସମିତିର ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ପଞ୍ଚାୟତ ପ୍ରତିନିଧି ମାନେ ଖଣି ଅଞ୍ଚଳକୁ ଡି ଏମ୍ ଏଫ୍ ଅର୍ଥ ମଞ୍ଜୁର ହେଉ ନ ଥିବ। ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।ପଞ୍ଚାୟତ ସମିତି ବୈଠକରେ ଗୃହୀତ ହେଉଥିବା କୌଣସି ପ୍ରକଳ୍ପ ଗୁଡ଼ିକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ମଞ୍ଜୁର କରୁ ନ ଥିବାରୁ ଗ୍ରାମ ପଞ୍ଚାୟତ ଗୁଡ଼ିକରେ ବିକାଶ କାର୍ଯ୍ୟ ଠପ୍ ହୋଇ ଯାଇଥିବା ଅଭିଯୋଗ କରି ସମିତି ସଭ୍ୟ ମାନେ ସଭା ଗୃହ ତ୍ୟାଗ କରିଥିଲେ । ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ ହେବାକୁ ଥିବା ଏହି ବୈଠକ ବିଭିନ୍ନ ବିଭ୍ରାଟ ନେଇ ଦିନ ୧ଟା ବେଳେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା ।ଏହି ବୈଠକରେ ପ୍ରତି ପଞ୍ଚାୟତରେ ସ୍କୁଲ ଘର ନିର୍ମାଣ, ଜଳ ଯୋଗାଣ ବ୍ୟବସ୍ଥା, ମିଶନ ଶକ୍ତି ସଭାଗୃହ, ରାସ୍ତା ମରାମତି, ଡ୍ରେନ ମରାମତି, ଭତ୍ତା ପ୍ରଦାନ, ବାସଗୃହ ଯୋଗାଇଦେବା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ରହିଥିଲା । ତେବେ ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କ ଅଭିଯୋଗ ଅନୁଯାୟୀ ଯୋଡା ବ୍ଲକଟି ମୁଖ୍ୟତଃ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିବା ବେଲେ ଜିଲା ପ୍ରଶାସନ ଏହାକୁ ଦୀର୍ଘ ୨ ବର୍ଷ ଧରି ବିକାଶ ମୂଳକ କାର୍ଯ୍ୟରେ ଅଣଦେଖା କରିଆସୁଛି । ରାଜ୍ୟ ସରକାର ଏହି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ନିମନ୍ତେ ନିଜସ୍ୱ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଦେଉନଥିବା ବେଳେ ଜିଲା ଖଣିଜ ପାଣ୍ଠିରୁ ୧୫୧ଟି ପ୍ରକଳ୍ପ ଅନୁମୋଦନ ପାଇଁ ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାହା ଅନୁମୋଦନ ହୋଇ ଆସିପାରିନାହିଁ । ଏଥିରେ ବ୍ୟାପକ ଖଣିଜ ପରିବହନ ଯୋଗୁଁ କ୍ଷତିଗ୍ରସ୍ଥ ଗ୍ରାମ୍ୟ ରାସ୍ତାର ମରାମତି, ଛୋଟ ପୋଲ ନିର୍ମାଣ ଏବଂ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି । ଏହି ଅଭିଯୋଗକୁ ନେଇ ସମିତି ସଭ୍ୟମାନେ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ୯ଥର ଭେଟିଥିବା ବେଳେ ୬ଥରସିଧା ସଳଖ ଜିଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରି ନ ଥିବା ଅଭିଯୋଗ ହୋଇ ଥିଲା । । ଏହି ଖଣି ଅଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ରାଜ୍ୟ ସରକାର ପାଉଛନ୍ତି । କୋଟି କୋଟି ଟଙ୍କା ଡି ଏମ୍ ଏଫ୍ ରେ ଗଚ୍ଛିତ ଅଛି ମାତ୍ର ତାହା ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରାଯାଉ ନାହିଁ ।ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ଗୁଡ଼ିକ ଖଣି ନିକଟ ରେ ରହିଥିବାରୁ ଖଣି ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ।ଜିଲା ଖଣିଜ ପ୍ରତିଷ୍ଠାନ କମିଟିରେ ଖଣି ପ୍ରଭାବିତ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, କୌଣସି ବୁଦ୍ଧିଜୀବୀ କିମ୍ବା ବ୍ଲକ ଅଧ୍ୟକ୍ଷ କାହାରିକୁ ହେଲେ ସଭ୍ୟ ରଖାଯାଇନାହିଁ । କନିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ପଞ୍ଚାୟତରେ କରୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ କୌଣସି ସମିତି ସଭ୍ୟଙ୍କୁ ସୂଚନା ନଦେଇ ନିଜ ମନ ଇଚ୍ଛା କାର୍ଯ୍ୟ କରିଆସୁଛନ୍ତି ବୋଲି ବ୍ଲକର ଅଧ୍ୟକ୍ଷ କବିନ୍ଦ୍ର ନାଏକ ଅଭିଯୋଗ କରିଥିଲେ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସମିତି ସଭ୍ୟ, ସରପଞ୍ଚମାନଙ୍କୁ ସାମିଲ କରାଯାଉନାହିଁ । ଜିଲା ପ୍ରଶାସନ ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ ଲଗାଯାଇଥିବା ରାସ୍ତା କଡ ଆଲୋକ ଅତ୍ୟନ୍ତ ନିମ୍ନମାନର ଯୋଗୁଁ ଲଗାଯିବାର ମାତ୍ର କିଛି ମାସ ପରେ ସେଗୁଡିକ ଅଚଳ ହୋଇପଡିଛି । ୫ବର୍ଷ ପର୍ଯ୍ୟନ୍ତ ଏଗୁଡିକ ମରାମତିର ଗ୍ୟାରେଣ୍ଟି ଥିବା ବେଳେ ଅଭିଯୋଗ ପରେ ମଧ୍ୟ ତାହାର ତଦାରଖ କରାଯାଉନାହିଁ ।ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ବିଭିନ୍ନ ରାସ୍ତା ମରାମତି କରାଯାଉ ନ ଥିବ। , ଏବଂ ଗ୍ରାମାଞ୍ଚଳରେ ଥିବା ବସୁଧ। ଯୋଜନା ରେ ଲୋକେ ପାନୀୟ ଜଳ ପାଇ ପାରୁ ନ ଥିବା ଅଭିଯୋଗ ହୋଇଥିଲା । ଏ ଦିଗରେ ତଦାରଖ କରିବା ପାଇଁ ବିଧାୟିକା ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ପଞ୍ଚାୟତ କାର୍ଯ୍ୟାଳୟ ରେ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ କୌଣସି ଆଲୋଚନା ନ କରି ମନମୁଖୀ କାର୍ଯ୍ୟ କରୁଛନ୍ତି ।ଫଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉ ଥିବା ଅଭିଯୋଗ ହୋଇଥିଲା । ତେବେ ଯୋଡା ବ୍ଲକ ରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଥିବା ଏବଂ ଏ ନେଇ ସମିତି ସଭ୍ୟ ମାନଙ୍କୁ କୌଣସି ସୂଚନା ଦିଆ ଯାଉ ନ ଥିବା ଅଭିଯୋଗ କରି ସମିତି ସଭ୍ୟ ମାନେ ସଭା ଗୃହ ତ୍ୟାଗ କରିଥିଲେ । ତେବେ ପରେ ବ୍ଲକ ଅଧ୍ୟକ୍ଷଙ୍କ ଅନୁରୋଧକ୍ରମେ ସେମାନେ ପୁନଃର୍ବାର ବୈଠକରେ ସାମିଲ ହୋଇଥିଲେ । ଉକ୍ତ ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ କବିନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ, ବ୍ଲକ ଉପାଧ୍ୟକ୍ଷା ମାଳତି ଖଟୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଅରୁଣିମା ସାହୁ, ସହ କାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ସାହୁ, ସାଂସଦ ପ୍ରତିନିଧି ଜନାର୍ଦ୍ଦନ ସିଦ୍ଧୁ, ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର କଳ୍ପନା ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ ।

    Related News

    Follow Us