ଯୋଡା 15/12(ସଂଘର୍ଷ ରମେଶ ) ଯୋଡା ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ରକ୍ତ ଦାନ ଶିବିରରୁ 85 ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତି ଉଦଘାଟନ କରିବା ସହିତ ଏହି ରକ୍ତଦାନ ଶିବିରକୁ ତଦାରଖ କରିଥିଲେ । ଭୁବନେଶ୍ଵରରୁ ଆସିଥିବା ଓଡିଶା ରାଜ୍ୟ ନୂଆ-ଓ ସଂଯୋଜକ, ଶ୍ରୀ ରାଜେଶ ସାହୁ, କେନ୍ଦୁଝର ଜିଲା ନୂଆ-ଓ ସଂଯୋଜକ ଡଃ ଦାମୋଦର ସାହୁ ଓ ଯୋଡାର ନଗରପାଳ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଏହି ଶିବିରକୁ ପରିଦର୍ଶନ କରିବା ସହିତ କଲେଜରେ ନୂଆ-ଓ କାର୍ଯ୍ୟକ୍ରମର ତଦାରଖ କରିଥିଲେ ଓ ଛାତ୍ରୀମାନଙ୍କୁ ଏକ ସଭାରେ ସମ୍ବୋଧିତ କରିଥିଲେ। ଏହି ଅତିଥିମାନଙ୍କୁ ସ୍ବାଗତ କରିଥିଲେ +2 ଓ +3 ନୂଆ-ଓ ସଂଯୋଜକ ଅଧ୍ୟାପକ କିଷାନ କୁମାର ନାଏକ ଓ ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି । କଲେଜ ର +2 ଓ +3 ଶ୍ରେଣୀର ଏନ୍ ଏସ୍ ଏସ୍ ସ୍ବେଚ୍ଛାସେବୀ , ଯୂବ ରେଡକ୍ରସ ଓ ରେଡ୍ ରିବନ୍ କ୍ଲବ୍ ର ସ୍ବେଚ୍ଛାସେବୀ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ +2 ଓ +3 ଶ୍ରେଣୀର ଦୁଇ ସେବା ଯୋଜନା ଅଧିକାରିଣୀ ଅଧ୍ୟାପିକା ଶୁଚିସ୍ମିତା ସିଂ ଓ ଅଧ୍ୟାପିକା ସୁମନପ୍ରଭା ତିର୍କୀ ଏବଂ +2 ଓ +3 ଶ୍ରେଣୀର ଯୁବ ରେଡ କ୍ରସ ଓ ରେଡ୍ ରିବନ କ୍ଲବ୍ ଦାୟିତ୍ବରେ ଥିବା ଅଧ୍ୟାପିକା ଐଶ୍ୱର୍ଯ୍ୟାମୟୀ ପାତ୍ର ଓ ଅଧ୍ୟାପକ ପବିତ୍ର ମୋହନ କର । କେନ୍ଦୁଝର ବ୍ଲଡ ବ୍ୟାଙ୍କ ତରଫରୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚନ୍ଦନ କୁମାର ବାରିକ, କେନ୍ଦୁଝର ବ୍ଲଡ ବ୍ୟାଙ୍କ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସାହୁ, ଲ୍ୟାବ୍ ଟେକନିସିଆନ ତପନ କୁମାର ନାଏକ, ଅନୀଲ କୁମାର ପାତ୍ର, ଭାଗୀରଥି ମହାକୁଡ ଓ ଲ୍ୟାବ୍ ଆଟେଣ୍ଡାଣ୍ଟ ସଙ୍କର୍ଷଣ ନାଏକ, ଦେବାଶିଷ ସାହୁ ଓ ଉପେନ୍ଦ୍ରନାଥ ସାହୁ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।