Search
Close this search box.

ଭୀମଭୋଇ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

0
SHARES
0
VIEWS

ଧରାକୋଟ ,13/12/23
ଧରାକୋଟ ବ୍ଲକରେ ହେବାକୁ ଥିବା ଭୀମଭୋଇ ଭିର୍ଣ୍ଣକ୍ଷମ ସାମର୍ଥ୍ୟ ଶିବିର ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହରେ ବି ଡି ଓ ଡେନିସ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଅତିରିକ୍ତ ବି ଡି ଓ ସୁଶୀଲ ପଟନାୟକ,ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି,ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶଙ୍କର ନାରାୟଣ ବେହେରା, ସି ଡି ପି ଓ ସୁନୀଲ ପ୍ରଭା ରଥ, ଅଗ୍ନିଶମ ଅଧିକାରୀ ଚିତ୍ତରଂଜନ ସାହୁ,ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର ଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ,ସରପଞ୍ଚ ଓ ସମିତି ସଦସ୍ୟ , ଜି ଆର ଏସ ମାନେ ଉପସ୍ଥିତ ରହିଥିଲେ। ପ୍ରଶାସନ ର ନିଷ୍ପତି ଅନୁଯାୟୀ ଆସନ୍ତା 22 ତାରିଖ ଶୁକ୍ରବାର ଦିନ ଏହି ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ବ୍ଲକ ସ୍ତରର ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ ସହ ଚିକିତ୍ସା ,ପ୍ରମାଣ ପତ୍ର ପ୍ରଦାନ,ମଧୁବାବୁ ପେନସନ ଯୋଜନାରେ ସାମିଲ,ରାସନ କାର୍ଡ ରେ ପଞ୍ଜିକରଣ,ବିଜୁ ପକ୍କା ଘର ଯୋଜନା ରେ ସାମିଲ,ବସ ପାସ, ଟ୍ରେନ ପାସ, ଡି ଆର ଆଇ ଋଣ ପ୍ରଦାନ,ଉପକରଣ ପ୍ରଦାନ,ମାଗଣା ଲାପଟପ ପ୍ରଦାନ ଓ ମିଶନ କ୍ଷମତା ପ୍ରଦାନ ପାଇଁ ନିଷ୍ପତି ନିଆଯିବ । ଏହି ଶିବିରକୁ ସଫଳ କରିବା ସହ ଅଧିକରୁ ଅଧିକ ଭିନ୍ନକ୍ଷମ ଯେପରି ସାମିଲ ହେବେ ସେଥିପାଇଁ ଆବଶ୍ୟକୀୟ ପ୍ରଚାର ଓ ପ୍ରସାର ପାଇଁ ବି ଡି ଓ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ, ଧିରେନ ଗୌଡ଼ ଓ ବାବୁ ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

    Related News

    Follow Us