ଆସିକା (୧୨/୧୨/୨୩)ସମାଜ ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମୁଖ୍ୟ ବିଷୟ ବସ୍ତୁ ଉପରେ ଆଧାରିତ ଗଞ୍ଜାମ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ-2023-24 ସ୍ଥାନୀୟ ସରକାରୀ ହରିହର ଉଚ୍ଚ ବିଦ୍ୟାଳୟ ଆସିକା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଆଜିର ଉଦ୍ଘାଟନୀ ସଭାରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମଞ୍ଚ ପରିଚାଳନା କରୁଥିଲେ ଶ୍ରୀ ପନ୍ନଗ ଭୂଷଣ ମାଝୀ, ସିଟି ହାଇସ୍କୁଲ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାତୀ ମହାପାତ୍ର, ମେଡିକାଲ କ୍ୟାମ୍ପସ, ବ୍ରହ୍ମପୁର। ମଞ୍ଚାସୀନ ଥିଲେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ମୁଖ୍ୟ ବକ୍ତା କର୍ଣ୍ଣେଲ ପ୍ରଫେସର ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି, କୁଳପତି, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର, ସମ୍ମାନିତ ଅତିଥି ଭାବେ ଥିଲେ ଶ୍ରୀମତୀ ବିନେତା ସ୍ଵାଇଁ, ନଗରପାଳିକା , ବିଜ୍ଞାପିତ ଅଞ୍ଚଳ ପରିଷଦ ଆସିକା, ଶ୍ରୀମତୀ ତ୍ରିବେଣୀ ନାହାକ ଅଧ୍ୟକ୍ଷା ପଞ୍ଚାୟତ ସମିତି ଆସିକା, ଶ୍ରୀ ଲୋକନାଥ ବେଜ, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଆସିକା, ଏଡିଇଓ ବ୍ରହ୍ମପୁର
ଶ୍ରୀ ପବିତ୍ର ମୋହନ ସାହୁ ଏବଂ ଶ୍ରୀ ରାଜେଶ କୁମାର ପ୍ରଧାନ, ସ୍ଥାନୀୟ ଆସିକା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀମତୀ ମୁନ୍ ରାଣୀ ମହାନ୍ତି, ସ୍ଥାନୀୟ ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ପାଢ଼ୀ । ଜିଲ୍ଲାରୁ ୮୮ଜଣ ପ୍ରତିଯୋଗୀ କୃଷି, ଗଣନାକାରୀ ଚିନ୍ତାଧାରା, ପ୍ରକୃତି ଓ ଜୀବନଶୈଳୀ, ପରିବହନ ଓ ଯୋଗାଯୋଗ, ସ୍ଵାସ୍ଥ୍ୟ ପରି ପାଞ୍ଚଟି ଉପ ବିଷୟ ବସ୍ତକୁ ନେଇ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ସେଥି ମଧ୍ୟରୁ ୫ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ କରାଯିବ। ପ୍ରଦର୍ଶନ ସ୍ଥଳୀକୁ ବିଚାରପତି ଭାବେ ଶ୍ରୀ ବିନୋଦ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୂଆଗଡ ଉଚ୍ଚ ବିଦ୍ୟାଳୟ, ଗଜପତି ଜିଲ୍ଲା, ଶ୍ରୀ ସୁଶାନ୍ତ କୁମାର ସାହୁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ତୁମାଣ୍ଡି, ନୟାଗଡ଼ ଜିଲ୍ଲା ଦ୍ଵୟ ସମସ୍ତ ପ୍ରକଳ୍ପ ପ୍ରଦର୍ଶନ କରି ମୂଲ୍ୟାୟନ କରୁଥିଲେ। ପ୍ରଦର୍ଶନଟୀକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ରାମଚନ୍ଦ୍ର ମହାରଣା ସଂଜୋଜନା କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି, ମିନତୀ ପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀ ଗୋକୁଳ କୃଷ୍ଣ ପଣ୍ଡା, ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଶ୍ରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରଶାନ୍ତ କୁମାର ପରମଗୁରୁ ମହାପାତ୍ର, ପ୍ରତ୍ୟୁଷ କୁମାର ଦାଶ।
ମୁଖ୍ୟ ବକ୍ତା ଶ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତି ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ତଥା କୁନି ବୈଜ୍ଞାନିକଙ୍କୁ Watch ଶବ୍ଦର ପ୍ରତିଟି ଅକ୍ଷର ଜରିଆରେ ନିଜର ଜୀବନଶୈଳୀକୁ ଆଗେଇ ନେବାକୁ ଉପଦେଶ ଦେଇଥିଲେ। ସେ କହିଥିଲେ
W- Watch your work
A- Watch your action
T- Watch your thoughts
W- Watch your character
W- Watch your heart
ଆମ ଘରର ରୋଷେଇ ଘର ହେଉଛି ମୁଖ୍ୟ ବିଜ୍ଞାନାଗାର ଓ ମାଆ ହେଉଛନ୍ତି ବିଶିଷ୍ଟ ବୈଜ୍ଞାନିକ ଓ ପ୍ରେରଣାଦାୟୀ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସରକାରଙ୍କ ଓ ଏନ୍ ସି ସି ଛାତ୍ର ଛାତ୍ରୀ, ବିଇଓ ଅଫିସରୁ ଏବିଇଓ ଶ୍ରୀ ଭାଗିରଥୀ ପାତ୍ର ଓ ଶ୍ରୀ ବିଭୁ ନନ୍ଦନ ପଣ୍ଡା, ସମସ୍ତ ସିଆରସିସିମାନେ ସହଯୋଗ କରିଥିଲେ।