ଚିଲିକା ବ୍ଲକର ଅଁଳା ଡିହ ସ୍ଥିତ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ରେ ଵ୍ଲକ ସ୍ତରୀୟ ଶିଶୁ ଉତ୍ସବ-୨୦୨୩ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ଶା ମାଧ୍ୟମିକ ଶିକ୍ଷକ ସଂଘ ର ଚିଲିକା ବ୍ଲକର ଓଷ୍ଟାର ସଭାପତି ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ତଥା ସ°ପାଦକ କୁନା ମହତ୍ତ୍ଵ ଙ୍କ ସ°ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୋଜନ କେନ୍ଦ୍ର ଶିକ୍ଷାନୁଷ୍ଠାନ ବିପି ହାଇସ୍କୁଲ ପ୍ରଧାନ ଶିକ୍ଷକ ସ°ଯୋଜନା କରିଥିଲେ। ଉଦଘାଟନ ଉତ୍ସବରେ ଚଣ୍ଡେଶ୍ବର ସରପଞ୍ଚ ଲିପାଲିନ ମହାପାତ୍ର ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରିଆନ ଡାକ୍ତର ମଧୁସୂଦନ ସେନାପତି, ମୁଖ୍ୟ ବକ୍ତା ଭାବେ ଗଙ୍ଗାଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଚିଲିକା ବ୍ଲକ ର ପ୍ରାକ୍ତନ ଉପାଧ୍ୟକ୍ଷ ଡାକ୍ତର ଉତ୍ପଳ କୁମାର ପାଇକରାୟ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସ°ଗୀତଜ୍ଞ ଗୈାରାଙ୍ଗ ମୁଦୁଲି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ଦାସ, ସାମ୍ବାଦିକ ସ°ଗ୍ରାମ ରଣା, ଏସ୍ଏମ୍ ସି ସଭାପତି ବୃନ୍ଦାବନ ସାହୁ, ସମାଜ ସେବୀ ଅସିତ୍ କୁମାର ନାଥ ଯୋଗ ଦେଇ ବକ୍ତବ୍ୟ ରଖି ଥିଲେ।
ସେହିପରି ଉଦଯାପନ ତଥା ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାସ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଓଷ୍ଟାର ସଭାପତି ପଦ୍ମନାଭ ବିଶ୍ବାଳ, ସମ୍ମାନିତ ବକ୍ତା ଭାବେ ଓଷ୍ଟାର ପ୍ରାକ୍ତନ ଜିଲ୍ଲା ସ°ପାଦକ ସନ୍ତୋଷ ଚନ୍ଦ୍ର କର, ଆମନ୍ତ୍ରିତ ଅତିଥି ଭାବେ ଓଷ୍ଟାର ରାଜ୍ୟ ସ°ପାଦକ ରମାକାନ୍ତ ମହାପାତ୍ର, ଓଷ୍ଟାର ବାଣପୁର ବ୍ଲକ ସ°ପାଦକ ଜାନକୀ ବିଶ୍ବାଳ, ସୁରେନ୍ଦ୍ର କୁମାର ଦାସ, ଚିଲିକା ବ୍ଲକର ଓଷ୍ଟାର ସ°ପାଦକ କୁନା ମହତ୍ତ୍ଵ ଓ ସଭାପତି ବିଜୟ କୁମାର ପାତ୍ର ଙ୍କ ସହ ଦଣ୍ଡପାଣି ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ରଥ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ।
ଶିଶୁ ଉତ୍ସବ ପାଳନ ଅବସରରେ ଆୟୋଜିତ ବିଭିନ୍ନ ସୃଜନଶୀଳ ଓ ମେଧା ପ୍ରତିଯୋଗିତାରେ ଆମନ୍ତ୍ରିତ ଅତିଥି ବିଚାରକ ଭାବେ ଗୈାରାଙ୍ଗ ମୁଦୁଲି, କୁଳମଣି ବାରିକ, ବିଷ୍ଣୁ ପ୍ରିୟା ଵାରିକ, ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଜାଲି, ଲେଖକ ଭିକାରୀ ଚରଣ ପ୍ରଧାନ, ପ୍ରଫେସର ଗଙ୍ଗାଧର ପ୍ରଧାନ, ସ୍ତମ୍ଭକାର ପ୍ରଦୋଷ କୁମାର ଦାସ ଯୋଗ ଦେଇ ପ୍ରତିଭା ମୁଲ୍ୟାୟନ କରି ଫଳାଫଳ ଘୋଷଣା କରିଥିଲେ।
ତର୍କ ରେ
ସୈ।ମ୍ୟରଞ୍ଜନ ଜୁଝାରସି°ହ, ସାଧାରଣ ଜ୍ଞାନ ରେ ଋଦ୍ର ପ୍ରଜ୍ଞା°ସ ଦାସ, ଚିତ୍ରାଙ୍କନ ରେ ପ୍ରିୟଦର୍ଶିନୀ ବିଶ୍ବାଳ ,ଗଳ୍ପ ଲିଖନରେ ସରିତା ବେହେରା, କବିତା ରଚନା ରେ ମିତାଲି ବଳବନ୍ତରାୟ, ଏକକ ଅଭିନୟ ରେ ବୈଶାଖୀ ବେହେରା,ଏକକ ନୃତ୍ୟ ରେ ଅଲିପ୍ସା ସାମନ୍ତରାୟ,କ୍ବିଜ ରେ ପ୍ରକାଶ କୁମାର ଗୁମାନ ସି°ହ ପ୍ରଥମ ସ୍ଥାନ ଅଧିକାର କରି ଚଳିତ ମାସ ଆସନ୍ତା ୧୭ ତାରିଖ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରେ ଭାଗ ନେବାକୁ ମନୋନୀତ ହୋଇଥିଲେ। ଆୟୋଜକ ହାଇସ୍କୁଲ ସମେତ ଚିଲିକା ବ୍ଲକର ଓଷ୍ଟାର ସଭ୍ୟ ସଭ୍ୟା ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ।