Search
Close this search box.

ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷା ପରିଷଦ ବୈଠକ

0
SHARES
7
VIEWS

ପୁରୁଷୋତ୍ତମପୁର, ତା-୧୭-୦୯-୨୦୨୩ ରବିବାର ଦିନ ସରସ୍ବତୀ ଶିଶୁ ମନ୍ଦିର, ପୁରୁଷୋତ୍ତମପୁର ଠାରେ ସଂକୁଳ ସ୍ବରୀୟ ଶିକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆସିକା ସଂକୁଳ ଅନ୍ତର୍ଗତ ଆସିକା, କବିସୂର୍ଯ୍ୟନଗର, ହିଂଜିଳିକାଟୁ, କଙ୍କୋରଡା, ମୁଣ୍ଡମରାଇ, ଶିକିରି, କୁକୁଡାଖଣ୍ଡି ଓ ପୁରୁଷୋତ୍ତମପୁର ଆଦି ୮ଟି ଶିଶୁ ବିଦ୍ୟା ମନ୍ଦିର ମୋଟ ୪୮ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ମନ୍ଦିର ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦଳାଇ ଅଧ୍ଯକ୍ଷତା କରିଥିଲେ । ସଂକୁଳ ସଂଯୋଜକ ତଥା ଆସିକା ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମୁନି ଶିକ୍ଷା ପରିଷଦ ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଗଞ୍ଜାମ ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତି ପ୍ରତାପ କେଶରୀ ଦାମଲ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ର ସଫଳତା ବିଷୟରେ ମାର୍ଗଦର୍ଶନ କରିଥିଲେ। ସ୍ଥାନୀୟ ଶିଶୁ ମନ୍ଦିରର ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଗଣିତ, ଇଂରାଜୀ, ସାହିତ୍ୟ, ବିଜ୍ଞାନ ଓ ସାମାଜିକ ଆଦି ମୁଖ୍ୟ ବିଷୟର ତ୍ରୁଟି ବିଚ୍ୟୁତିର ସମାଧାନ କରିଥିଲେ। ଏହା ସହ ସମ୍ପାଦକ ଡଃ ସୁଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

    Related News

    Follow Us