ଧରାକୋଟ,12/12/23
ଦୀର୍ଘ ଦୁଇମାସ ପରେ ଧରାକୋଟ ତହସିଲଦାର ପଦବୀ ପୂରଣ ହୋଇଛି । ରାଜ୍ୟ ସରକାର ଏଠାରେ କାର୍ଯ୍ୟରତ ତହସିଲଦାର କବିରାଜ ପ୍ରଧାନ ଙ୍କୁ କଳାହାଣ୍ଡି ଜିଲ୍ଲା କୁ ବଦଳି କରିବା ପରେ ବି ଡି ଓ ଡେନିସ ବେହେରା ଅତିରିକ୍ତ ଦାୟିତ୍ୱ ତୁଲାଇ ଆସୁଥିଲେ । ହେଲେ ତାଙ୍କର ଆର୍ଥିକ କ୍ଷମତା ନଥିବା ଯୋଗୁଁ ତହସିଲ କାର୍ଯ୍ୟାଳୟ ଏକରକମ କୋମା ସ୍ଥିତି ଦେଇ ଗତିକରୁଥିଲା । ସଂପ୍ରତି ଦେବଗଡ ଜିଲ୍ଲାରେ କାର୍ଯ୍ୟରତ ଡେପୁଟି କଲେକ୍ଟର ଲମ୍ବୋଦର ମାରାଣ୍ଡି ଙ୍କୁ ରାଜ୍ଯ ସରକାର ଧରାକୋଟ ତହସିଲଦାର ଭାବରେ ବଦଳି କରିବା ପରେ ସେ ଆସି ଧରାକୋଟ ରେ ତହସିଲଦାର ଭାବରେ କାର୍ଯ୍ୟରେ ଯୋଗଦେଇଛନ୍ତି। ତାଙ୍କୁ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ସୁପରଭାଇଯର ସୁଜ୍ଞାନି ବେହେରା,ମୁଖ୍ୟ କିରାଣୀ କାଳନ୍ଦି ପାତ୍ର, ରାଜସ୍ୱ ନିରୀକ୍ଷକ ଯଜ୍ଞ ନାରାୟଣ ନାୟକ, ରବୀନ୍ଦ୍ର ଗୌଡ଼, ଲକ୍ଷ୍ମଣ ନାୟକ,ଶ୍ରୀକାନ୍ତ ରଥ, ରଞ୍ଜନ ବରାଡ,ବାବୁରାମ ନାୟକ, ସାନି ଯାଗେୟା, ବରିଷ୍ଠ କିରାଣୀ ଅକ୍ଷୟ ପାଢ଼ୀ, ରଞ୍ଜନ ସାହୁ, ଅମିତ ମହାନ୍ତି, ରେକର୍ଡ ରକ୍ଷକ ଶିମାଞ୍ଚଳ ମଲିକ , ନାଜିର ଶିବରାମ ପ୍ରଧାନ ଙ୍କ ସମେତ ସମସ୍ତ କର୍ମଚାରୀ ସ୍ଵାଗତ କରିଥିଲେ । ସଂପ୍ରତି ଦୀର୍ଘଦିନ ହେଲା ଆର୍ଥିକ ଦୂରବସ୍ଥା ଦେଇ ଗତି କରୁଥିବା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ଏହି ଅବସରରେ ରାଜସ୍ବ ସେବାକୁ ତ୍ଵରାନିତ କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।