ଧରାକୋଟ ,11/12/23
ଧରାକୋଟ ବ୍ଲକ ଅନ୍ତର୍ଗତ ଡାକିବଜା ନିକଟସ୍ଥ ଘୋଡାଦେଇ ଉଚ୍ଚ ବିଦ୍ୟାଳୟ ପରିସରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ତମାଖୁ ନିୟନ୍ତ୍ରଣ ବା ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷୟତ୍ରି ମମତା କୁମାରୀ ଦେବୀ,ଶିକ୍ଷକ ସିମଞ୍ଚଳ ଗୌଡ଼, ମହେନ୍ଦ୍ର ଷଡ଼ଙ୍ଗୀ,ତପନ କୁମାର ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବି ପି ଏମ ଗୋଲକ ନାରାୟଣ ଗାରିଆଗାଡୁ, ପି ହେଚ ଓ ଅଞ୍ଜନା ଖଣ୍ଡୁଆଳ, ଏମ ପି ହେଚ ଧର୍ମେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ତମାଖୁ ସେବନ ଦ୍ଵାରା ଅଣ ସଂକ୍ରାମକ ରୋଗ ହେବା ସହ କର୍କଟ ରୋଗର ଏହା ମୁଖ୍ୟ କାରଣ ସଜିଥାଏ । ଏଣୁ ଏହାକୁ ବର୍ଜନ ପାଇଁ ନିଜ ପରିବାର ସମେତ ସାହି ବାସିନ୍ଦାଙ୍କୁ ସଚେତନ କରାଇବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ସଚେତନତା ମୂଳକ ରାଲି କରାଯାଇ ଏହାର କୁଫଳ ଓ ଏହାକୁ ବର୍ଜନ ପାଇଁ ଆହ୍ବାନ ଦିଆଯାଇଥିଲା। ଏହା ଛଡ଼ା ବିଦ୍ୟାଳୟ ପରିସର ଠାରୁ ଏକ ଶହ ମିଟର ପରିସୀମା ମଧ୍ୟରେ ତମାଖୁ ସହ ନିଶାଦ୍ରବ୍ୟ ବିକ୍ରୀ କରିବା ପାଇଁ ସରକାରଙ୍କ ନିଷେଧ ଆଦେଶ ରହିଥିବାରୁ ଏଥିପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ଅବସରରେ ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଓ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ର, ଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା ।