ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କୋଳସିଙ୍ଗି ଗ୍ରାମରେ ନାବାର୍ଡ ସହଯୋଗ ରେ ବାବା ବିଶ୍ଵନାଥ କୃଷକସଙ୍ଘର ଉତ୍ପାଦକ ଦକ୍ଷତା ବୃଦ୍ଧି ନିମନ୍ତେ ଏକଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡ଼ ସୁବ୍ରତ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ଉତ୍ପାଦକ ସଂଘର ଉତ୍ପାଦ ଓ ଗୁଣବତା ବୃଦ୍ଧି ନିମନ୍ତେ, ନୂତନ ପଦ୍ଧତି ଓ ଯନ୍ତ୍ର ପାତିର ବ୍ୟବହାର ଉପରେ ଗୁରୁତ୍ୱା ରୋପ କରିବା ସହିତ,କୃଷି ବିଜ୍ଞାନ କେନ୍ଦ୍ରର ଆଭିମୁଖ୍ୟ ବିଷୟ ରେ ଧାରଣା ଦେଇଥିଲେ | ନାବାର୍ଡ ର ଜିଲ୍ଲା ମୁଖ୍ୟ ଉର୍ନ୍ନୟନ ମେନେଜର ସଂଜୀବ ମିଶ୍ର ଗଞ୍ଜାମ ଜିଲ୍ଲା ରେ ବର୍ତମାନ ପରିସ୍ଥିତି ରେ ଥିବା କୃଷକ ଉତ୍ପାଦିକା ସଙ୍ଘ କୁ ଉଭୟ ଜ୍ଞାନ କୌଶଳ ରେ ଦକ୍ଷତା ବୃଦ୍ଧି ସହିତ ଉପଯୁକ୍ତ ରାସ୍ତା ଦେଖାଇ ବାର ସମୟ ଆସି ଯାଇଛି, ଏବଂ ଏହି ଦିଗରେ କେବିକେ, ବ୍ରହ୍ମପୁର ର ଉଲେଖ ନୀୟ ଅବଦାନ ରହିବ ବୋଲି ଆସା ବ୍ୟକ୍ର କରିଥିଲେ | ବାବା କୃଷକଉତ୍ପାଦକ ସଙ୍ଘର ନିର୍ଦେଶକ ଅନିଲ କୁମାର ପଣ୍ଡା, ସଂଘର କାର୍ଯ୍ୟାବଳୀ ଉପସ୍ଥାପନା କରିବା ସହିତ ଆଗାମୀ ଦିନରେ ସଂଘର ଦୁରଦୃଷ୍ଟି ଓ ଭବିଷ୍ୟତ ବିଷୟ ରେ ଆଲୋକ ପାତ କରି ଥିଲେ | ଅରୁଣ କୁମାର ଖାଡ଼ଙ୍ଗା ସ୍ୱାଗତ ଭାଷଣ ମାଧ୍ୟମରେ ଏହି ଶିବିର ର ଉଦେଶ୍ୟ ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | କେବିକେ, ବ୍ରହ୍ମପୁର ର ବୈଜ୍ଞାନିକ ଡ଼ ଦେବାଶିଷ ଷଡ଼ଙ୍ଗୀ,ସନ୍ଦୀପ ମହାନ୍ତି,ସସ୍ମିତା ପ୍ରିୟଦର୍ଶନୀ, ରବି ନାରାୟଣ ମିଶ୍ର,ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫଳ ଓ ପନିପରିବା ବିଶେଷ କରି ଲଙ୍କା ଫସଲ ରେ ସମନ୍ୱିତ ଖାଦ୍ୟ ସାର,ଓ ରୋଗ ପୋକ କୀଟ ପରିଚାଳନା କରିବା ସହିତ,ମୂଲ୍ୟ ଯୁକ୍ତ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଉପରେ ଉପସ୍ଥିତ ସଂଘର କାର୍ଯ୍ୟକର୍ତ୍ତା,ଓ ଚାଷୀ ମାନଙ୍କୁ ବୁଝାଇ ଥିଲେ | ସହକାରୀ ଉଦ୍ୟାନ କୃଷି ଅଧିକାରୀ ଉଦୟ ନାଥ ଧର,ସଂଘର ଦକ୍ଷତା ବୃଦ୍ଧି ନିମନ୍ତେ, ରାଜ୍ୟ ସରକାର ଙ୍କର ବିଭିର୍ଣ୍ଣ ଯୋଜନାର ଆକଳନ ଓ ପାରିବର୍ଦ୍ଧିତ ଜଳବାୟୁ ରେଚାଷ ଉପରେ ଉପସ୍ଥାପନା ଦେଇ ଥିଲେ | ଡବ୍ଲୁ.ଓ. ଟି. ଆର ର ଆକ୍ସନ ମେନେଜର ଗ୍ରାବୀ ଏଲ ଦାସ ହଳ ଓ ମାଟିର ସମାନତା ରକ୍ଷା କରି ଚାଷକୁ ଆପଣେଇଲେ ଉତ୍ପାଦକ ଶକ୍ତି ବୃଦ୍ଧି ସହିତ ମାଟି ଓ ପାଣି ର ସୁରକ୍ଷା ହୋଇ ପାରିବ ବୋଲି ଆଲୋଚନା କରିଥିଲେ | ଏହି ଅବସର ରେ ଗଞ୍ଜାମ ଜିଲ୍ଲାର ଅନ୍ୟ ଉତ୍ପାଦକ ସଂଘରୁ ବିଷ୍ଣୁ ଚରଣ ସାହୁ, ଆଶିଷ କୁମାର ପ୍ରଧାନ, ରବୀନ୍ଦ୍ର ସାବତ ଯୋଗ ଦେଇ ନିଜ ନିଜ ସଙ୍ଘ ରକାର୍ଯ୍ୟକ୍ରମ ଉପରେ ମତାମତ ଦେଇଥିଲେ | ପରିଶେଷରେ ଏଜ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା ଏବଂ ଦୁଇଜଣ ଚାଷୀଙ୍କୁ ନିଜର ଉତ୍କର୍ଷ ତା ପାଇଁ ପୁରସ୍କାର ଡିଆ ଯାଇ ଥିଲା