ଧରାକୋଟ ,8/12/23
ଶୁଭକାମନା ଚରିଟେବଲ ଟ୍ରଷ୍ଟ ପକ୍ଷରୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର mvk ଅଶୋକ ଙ୍କ ଦିଗ୍ଦର୍ଶନ ରେ ଆଜି 60 ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ସୁଷମ ଖାଦ୍ୟ ବଣ୍ଟନ କରାଯାଇଛି । ଧରାକୋଟ, ମୁଣ୍ଡମାରାଇ, ଜାହା ଡା,ମାଣିକପୁର ଓ ଜଗମୋହନ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ରୋଗୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ବରିଷ୍ଠ ଯକ୍ଷ୍ମା ପର୍ଯ୍ୟବେକ୍ଷକ ପ୍ରଭାକର ଶତପଥୀ,ଶୁଭକାମନା ଟ୍ରଷ୍ଟ ର ଅଧ୍ୟକ୍ଷ ମନୋଜ କୁମାର ରଥ ରଥ, ସଦସ୍ୟ ଅଶୋକ କୁମାର ବେହେରା,ପୂର୍ବତନ ସରପଞ୍ଚ ପ୍ରତିନିଧି ଅଶୋକ ବେହେରା,ଜଗିଲି ସାହୁ,ସୁରେନ୍ଦ୍ର ବେହେରା,ଜଳେଶ୍ଵର ସାହୁ,ବିଭୂତି ଭୂଷଣ ବେବର୍ତ୍ତା,ଉମାକାନ୍ତ ରାଉତ ଓ ସୁଶାନ୍ତ କୁମାର ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶା,ସ୍ବାସ୍ଥ୍ୟ କର୍ମୀମାନେ ସହଯୋଗ ପ୍ରଦାନ କରିଥିଲେ।