Search
Close this search box.

Youth Odisha Naveen Odisha New-O program at Joda Women’s College

0
SHARES
27
VIEWS

ଯୋଡା,୮/୧୨ କେନ୍ଦୁଝର ଜିଲ୍ଲା ଯୋଡା ମହିଳା ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ନୂଆ-ଓ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ଥାନୀୟ ଖବର ଦାତା , ବୁଦ୍ଧିଜୀବୀ ଓ ଜନ ପ୍ରତିନିଧିଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟ ସ୍ତରରେ ରାଜ୍ୟ ସରକାରଙ୍କ ଯୁବ ଓଡିଶା ନବୀନ ଓଡିଶା ନୂଆ-ଓ କାର୍ଯ୍ୟକ୍ରମକୁ ସଫଳ କରିବା ଓ ଏହାର ବ୍ୟାପକ ପ୍ରଚାର ପ୍ରସାର କଲେଜ ଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳ ଓ ଗଣମାଧ୍ୟମରେ କରିବା ପାଇଁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମ ମଧ୍ଯରେ ଛାତ୍ରୀମାନଙ୍କ ମଧ୍ଯରୁ ସାମାଜିକ ସେବା, କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ରରେ ପ୍ରତିଭା ଅନ୍ଵେଷଣ ମୂଖ୍ଯ ଉଦ୍ଦେଶ୍ଯ ଯାହା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେଇ ଡିସେମ୍ବର ୨୩ ତାରିଖରେ ଶେଷ ହେବ। ସାମାଜିକ ସେବା ମଧ୍ଯରେ ସ୍ଥାନୀୟ ବସ୍ତି ଅଞ୍ଚଳରେ ସଫେଇ, ସଡକ ସୁରକ୍ଷା ସଚେତନତା, ପ୍ଲାଷ୍ଟିକ ମୁକ୍ତ ପୃଥିବୀ ପାଇଁ ରାଲି ଓ ପ୍ରଚାର, ରକ୍ତଦାନ ପାଇଁ ସଚେତନତା ରାଲି, ରକ୍ତଦାନ ଶିବିର ଆୟୋଜନ, ପ୍ରାଚୀର ପେଣ୍ଟିଂ ଇତ୍ୟାଦି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଚିତ୍ରକଳା, କବିତା ଆବୃତ୍ତି, ତର୍କ ପ୍ରତିଯୋଗିତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତା, କବିତା ଲିଖନ, ଗଳ୍ପ ଲିଖନ, ଫୁଲ ରଙ୍ଗୋଲି, ମୁରୁଜ, ପାରମ୍ପରିକ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା, ଗଳ୍ପ କଥନ ଓ ଲିଖନ, ଝୋଟି, ପାରମ୍ପରିକ ଖାଦ୍ୟ ରନ୍ଧନ, ଏକକ ଅଭିନୟ, ଫୋନରେ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ କ୍ରୀଡା ବର୍ଗରେ ବିଭିନ୍ନ ପ୍ରକାରର ଟ୍ରାକ ଆଣ୍ଡ ଫିଲ୍ଡ ଇଭେଣ୍ଟ କଲେଜର ଖେଳ ପଡିଆରେ ଓ ଇନ୍ଡୋର ଗେମ୍ କଲେଜର ଷ୍ଟୁଡେଣ୍ଟସ କମନ ରୁମ୍ ରେ ଅନୁଷ୍ଠିତ ହେବ । ଏହି କ୍ରୀଡାର ଉଦ୍ଘାଟନ ଦିବସରେ ଡିସେମ୍ବର ୧୨ ତାରିଖରେ ଓ ଡିସେମ୍ବର ୨୩ ତାରିଖରେ କାର୍ଯ୍ୟକ୍ରମ ର ଉଦଯାପନ ହେବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତି , +୩ ସଂଯୋଜକ ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି ଓ +୨ ସଂଯୋଜକ ଅଧ୍ୟାପକ କିଷାନ ଚନ୍ଦ୍ର ନାଏକ ପ୍ରମୁଖ ତଦାରଖ କରୁଥିବା ସୂଚନା ମିଳିଛି ।

    Related News

    Follow Us