ଖେଳ ପଡିଆ ସାଜିଛି ସୁଈମିଙ୍ଗ ପୁଲ, ମନ୍ଥର ଗତିରେ ଚାଲିଛି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ।୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନ ଧରି ବିତିଯାଇଥିଲେ ମଧ୍ୟ ସରୁନି କାମ, ହେଇପାରୁନି ଉଦଘାଟନ।ଫଳରେ ଇଣ୍ଡୋର ଷ୍ଟାଡିୟମରରୁ ଜଳ ନିଷ୍କାସନ ପାଇଁ ତିଆରି କରାଯାଉଥିବା ଡ୍ରେନର କାମ ଅଧାପନ୍ତରିଆ ହୋଇଥିବା କାରଣରୁ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଭିତରକୁ ଜଳ ପ୍ରବେଶ କରି ପୋଖରୀର ଭ୍ରମ ସୃଷ୍ଟି କରୁଛି। ନିମ୍ନ ମାନର କାମ ହେଉଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି.ବିଶେଷ କରି କଣ୍ଟ୍ରାକ୍ଟର ଓ ବିଭାଗୀୟ ଅଧିକାରୀ ନଥାଇ ସୁପରଭାଇଜର ଅଧୀନରେ ଚାଲିଛି ଷ୍ଟାଡିୟମ କାମ। ବିଭାଗୀୟ ଅଧିକାରୀ ମାନେ କେତେବେଳେ ଆସୁଛନ୍ତି କେହି ଜାଣିବାକୁ ପାଉନାହାନ୍ତି। ଜଣେ ସୁପରଭାଇଜର ହିଁ ସବୁ ସମ୍ଭାଳି ନେଉଛନ୍ତି। ରାତି ଅଧିଆ ଆସି ବିଭାଗୀୟ ଅଧିକାରୀ ମାନେ ଉପର ଠାଉରିଆ ଭାବେ କାମରେ ସ୍ଥିତି ପରଖି ଚାଲି ଯାଉଛନ୍ତି। ରାଜ୍ୟ ପୂର୍ତ୍ତ ବିଭାଗୀୟ ଅଧିକାରୀ ମାନେ ଏହାର ସଠିକ ତଦନ୍ତ ଓ ତଦାରଖ କଲେ ଧାର୍ଯ୍ୟ ସମୟରେ କାମ ସାରିପାରନ୍ତା ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଆସିକାର ଯୁବ କ୍ରୀଡ଼ାବିତ ମାନେ ଇଣ୍ଡୋର ଖେଳ ଖେଳିବା ପାଇଁ ପ୍ରତିଦିନ ହିଞ୍ଜିଳି କାଟୁ ସ୍ଥିତ ଇଣ୍ଡୋର ଷ୍ଟାଡିୟମ କୁ ଯାଉଥିବା ଜଣାପଡିଛି।ନିର୍ମାଣ ଧିନ ଏହି ଷ୍ଟାଡିୟମଟିର ସାମ୍ନାରେ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଥିବା ବେଳେ ତାହା ବି ସାମାନ୍ୟ ବର୍ଷାରେ ଜଳ ମଗ୍ନ ହୋଇ ରହୁଛି। ଫଳରେ ଖେଳ ପ୍ରତି ଆଗ୍ରହ ରଖିଥିବା ଛାତ୍ରଛାତ୍ରୀ ଓ ଯୁବକ ମାନେ ନିରାଶ ହେଉଥିବା ଜଣାପଡିଛି। ଇଣ୍ଡୋର ଷ୍ଟାଡିୟମ ଟି ହେଲାପରେ ବିଭିନ୍ନ ଖେଳ ଖେଳିବା ପାଇଁ ଆଶା ବାନ୍ଧିଥବା ଯୁବଗୋଷ୍ଠି ଅନାଇ ବସିଛନ୍ତି, କେବେ ହେବ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ। କେବେ ଖେଳିବେ ନିଜ ମାନପସନ୍ଦର ଇଣ୍ଡୋର ଗେମ୍। ବିଭାଗୀୟ ଅଧିକାରୀ ଓ ଠିକାଦାର ଏଥିପ୍ରତି ଦୃଷ୍ଟି ଦେଇ କାମକୁ ତ୍ୱରାନ୍ୱିତ କଲେ ଏହି ସମସ୍ୟାର ସମାଧାନ ହୋଇପାରନ୍ତା।ହରିହର ହାଇସ୍କୁଲ ଖେଳ ପଡିଆର ଖାଲ ଢିପ ସମତୁଲ କରିବ�