Search
Close this search box.

Two arrested with country-made gun, ammunition and bike.

0
SHARES
6
VIEWS

ରାୟଗଡ଼ା/ଗୁଡ଼ାରୀ
୭/୧୨/୨୦୨୩
ଗୁଡ଼ାରୀ ବନାଞ୍ଚଳ ଅଧିନସ୍ଥ ନାଇରା ସେକ୍ସନ ଗୁମୁଡା ନିକଟସ୍ଥ ଗୋପାଳପୁର ଗ୍ରାମ ନିକଟରେ ଗତ ରାତ୍ରିରେ ଗୁଡ଼ାରୀ ବନାଞ୍ଚଳ କର୍ମଚାରୀ ମାନେ ରାତ୍ର କାଳୀନ ପେଟ୍ରୋଲିଂ କରିବା ସମୟରେ ଦୁଇ ଜଣ ଶିକାରୀଙ୍କ ନିକଟରୁ ମୃତ୍ୟୁ କୁଟୁରା ଉଦ୍ଧାର କରିବା ସହ ଏକ ଦେଶୀ ବନ୍ଧୁକ, ଗୁଳି, ଆଲୁମିନିୟମ ତାର ଏବଂ OD 07B 651 ନମ୍ବର ବିଶିଷ୍ଟ ଏଚ୍ଏଫ ଡିଲକ୍ସ ମୋଟର ସାଇକେଲ ଜବତ୍ ସହିତ ଦୁଇଜଣ ସମ୍ପୃକ୍ତ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ନାଇରା ଭାରାପ୍ରାପ୍ତ ବନପାଳ ଶ୍ରୀ ଶିବ ପ୍ରସାଦ ପ୍ରଧାନଙ୍କ ନେତୃତ୍ୱରେ ବନରକ୍ଷୀ ଶ୍ରୀ କାମଦେବ ଶବର, କର୍ମଚାରୀ କୈଳାସ ଆରକା ଓ ତପସ୍ୱିନୀ କର ଉପସ୍ଥିତ ରହି ଗୁମୁଡ-ଗୋପାଳପୁର ନିକଟରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ଶିକାରୀ ଏକ ମୃତ କୁଟୁରା ଆଣିବା ଦେଖିବାକୁ ପାଇଥିଲେ । ତୁରନ୍ତ ଶିକାରୀ ଦୁଇଜଣଙ୍କୁ କାବୁ କରି ଧରି ନେଇଥିଲେ ଏବଂ ଶିକାରୀଙ୍କ ଠାରୁ ମୃତ କୁଟୁରାକୁ ଉଦ୍ଧାର କରିବା ସହ ଏକ ଦେଶୀ ବନ୍ଧୁକ, କିଛି ଗୁଳି, ଶିକାରରେ ବ୍ୟବହୃତ ତାର ଜବତ କରି ଗୁଡ଼ାରୀ ବନାଞ୍ଚଳ କାର୍ଯ୍ୟାଳୟ କୁ ମୃତ ଠେକୁଆକୁ ଆଣିବା ପରେ ACF ଶ୍ରୀ ସନ୍ଦୀପ କୁମାର ପୁଷ୍ଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ମୃତ କୁଟୁରାର ଶବ ବ୍ୟବଚ୍ଛେଦ ପାଇଁ ଗୁଡ଼ାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠା ଯାଇଥିଲା l ସେଠାରେ ପ୍ରାଣୀ ଚିକିତ୍ସକ ଡାକ୍ତର ସଂଗ୍ରାମ କେଶରୀ ବେଉରିଆ ଶବ ବ୍ୟବଚ୍ଛେଦ କରିଥିଲେ l ଏହି ପରିପ୍ରେକ୍ଷୀରେ ବନ ବିଭାଗ କେସ୍ ନମ୍ବର ROR ୧୫୫ ଅଫ୍ ୨୦୨୩-୨୪ ରେ ଏକ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଆସାମୀ ସୁରେଶ କୈବର୍ତ୍ତ ଓ ପୂର୍ଣ୍ଣ କାଡ୍ରାକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଥିବା ବନବିଭାଗ ତରଫରୁ ସୂଚନା ମିଳିଛି ।

    Related News

    Follow Us