Search
Close this search box.

ପରିମଳ ସ୍ୱଛତା ଅଭିଯାନ

0
SHARES
7
VIEWS

ଧରାକୋଟ – ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମୁଣ୍ଡମାରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫ ରୁ ଯୁବ ଓଡ଼ିଶା ନବୀନ ଓଡ଼ିଶା ସାମାଜିକ ସଚେତନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ସମସ୍ତ ଛାତ୍ର,ଛାତ୍ରୀ ଙ୍କୁ ନେଇ ଶୋଭା ଯାତ୍ରା ଧରାକୋଟ ଗ୍ରାମ ପରିକ୍ରମା କରି ଥିଲା । ମୁଖ୍ୟତଃ ବାଲ୍ୟ ବିବାହ ପ୍ରଥା କୁ ବିରୋଧ କରିବା, ଯୌତୁକ ପ୍ରଥା କୁ ବିରୋଧ, କନ୍ୟା ଶିକ୍ଷା କୁ ଗୁରୁତ୍ଵ ଦେବା,ସମାଜରୁ କୁସଂସ୍କାର କୁ ଦୂର କରିବା,ନାରୀ ସଶକ୍ତିକରଣ, ପରିମଳ ରେ ସ୍ୱଚ୍ଛତା ରଖିବା କୁ ନେଇ ଛାତ୍ର, ଛାତ୍ରୀ ମାନେ ପ୍ଲାକାର୍ଡ ଧରି ଜନ ସଚେତନତା ଉଦ୍ଦେଶ୍ୟ ରେ ସ୍ଲୋଗାନ ଦେଇଥିଲେ । ଏହା ସହ ସାମାଜିକ କାର୍ଯ୍ୟ କ୍ଷେତ୍ର ରେ ଯୁବ ବର୍ଗଙ୍କ ଅଂଶ ଗ୍ରହଣ କୁ ପ୍ରୋଛାହିତ କରିବା ପାଇଁ ପଥ ପ୍ରାନ୍ତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ,ଗୋଷ୍ଟି ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ବାଇଁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ କୁ ନୋଡାଲ ଅଧିକାରୀ ବଳରାମ ସ୍ବାଇଁ ପରିଚାଳନା କରିଥିବା ବେଳେ ସାମାଜିକ କାର୍ଯ୍ୟ କମିଟି ମୁଖ୍ୟ ରାଜଶ୍ରୀ ବେହେରା , ଅଧ୍ୟାପିକା ଖିରାବ୍ଧି ସାହୁ,ପ୍ରିତିମୟୀ କର କ୍ରୀଡା ଶିକ୍ଷକ ପୂର୍ଣ୍ଣ ଦାସ, ଗୋପାଳ ପଣ୍ଡା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।
ଅନୁରୂପ ଭାବେ ଏପରି କାର୍ଯ୍ୟ କ୍ରମ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିମଳ ସ୍ୱଚ୍ଚ ଅଭିଯାନ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ସମନ୍ୱିତ ଯୁବ ବିକାଶ କାର୍ଯ୍ୟ କ୍ରମ ଆନୁକୁଲ୍ୟରେ ଏହା ଅନୁଷ୍ଠିତ ହୋଇଛି। ଅଧ୍ୟାପକ ରଞ୍ଜନ କୁମାର ପାଟଯୋଶୀ,ଜଗନ୍ନାଥ ପଟ୍ଟନାୟକ,ଶଙ୍କର ସାହୁ,ସରୋଜ ପଟ୍ଟନାୟକ , ସୁମିତ୍ରା ସାହୁ,ବନ୍ଦନା ପାଢ଼ୀ,ସଂଯୁକ୍ତ ସାହୁ, ସସ୍ମିତା ପାଢ଼ୀ, ପୁଷ୍ପାଞ୍ଜଳି ହୋତା ଓ ଉତ୍ତମ ସାହୁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ ।

    Related News

    Follow Us