ବ୍ରହ୍ମପୁର ମହାନଗର ନିଗମ ନିକଟ ହାଉସିଂ ବୋର୍ଡ ଗଣେଶ ନଗର ତୃତୀୟ ଲାଇନରେ ଥିବା ଭେସଜ ନିରୀକ୍ଷକଙ୍କ କାଜ୍ୟାଳୟ ସମୁଖ ରାସ୍ତାରେ ଆଣ୍ଠୁଏ ପାଣି ଜମି ଯିବାଆସିବା କରିବା ଏକ ପ୍ରକାର ମୁସ୍କିଲ ହୋଇପଡିଛି l ଏହାର ମୁଖ୍ୟ କାରଣ ହେଲା ମହାନଗର ନିଗମ ବୋଲାଉଥିବା ବ୍ରହ୍ମପୁର ସହରର ଡ୍ରେନେଜ ସମସ୍ୟାର ସମାଧାନ ଆଜି ପଯ୍ୟନ୍ତ ହୋଇପାରିନାହିଁ l ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ବିଭାଗୀୟ କତୃପକ୍ଷଙ୍କ ଦେଖା ମିଳୁନଥିବାରୁ ଅଞ୍ଚଳରେ ଅସୋନ୍ତଷ ପ୍ରକାଶ ପାଇଛି l ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି l