Search
Close this search box.

ତହସିଲଦାର ପଦ ଖାଲି, କୋମା ସ୍ଥିତି ରେ ଧରାକୋଟ ତହସିଲ

0
SHARES
2
VIEWS

ଧରାକୋଟ ତହସିଲ କାର୍ଯ୍ୟାଳୟ ଏବେ କୋମା ସ୍ଥିତି ରେ ରହିଛି । ରାଜ୍ୟ ସରକାରଙ୍କ ତରଫରୁ ଗତ 21/10/23 ରେ ଓ ଏ ଏସ ପଦାଧିକାରୀ ମାନଙ୍କୁ ବଦଳି କରାଯିବା ପରେ ଏଠାରେ କାର୍ଯ୍ୟରତ ତହସିଲଦାର କଳାହାଣ୍ଡି ଜିଲ୍ଲା କୁ ବଦଳି ହୋଇ ଗଲାପରେ ଦୀର୍ଘଦିନ ହେଲା ଏହି ପଦବୀ ଖାଲି ପଡିଛି। ସଂପ୍ରତି ବି ଡି ଓ ଡେନିସ ବେହେରା ତହସିଲଦାର ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କର ଆର୍ଥିକ କ୍ଷମତା ନାହିଁ। ଏଣୁ ଅର୍ଥ ଦେଣ , ନେଣ କାରବାର ସଂପୂର୍ଣ୍ଣ ଠପ ହୋଇଯାଇଛି । ତହସିଲ ଅଧିନରେ 181 ରାଜସ୍ବ ଗ୍ରାମ ରହିଥିବା ବେଳେ ଧରାକୋଟ, ମୁଣ୍ଡମରାଇ, ଝାଡ଼ବନ୍ଧ, ଜାହାଡା, ବରଡାବିଲି, ମାଣିକପୁର ଓ ଢଉଗାଁ ରାଜସ୍ବ ସର୍କଲ ରହିଛି । ସ୍ଥାୟୀ ତହସିଲଦାର ନଥିବା ଯୋଗୁଁ ଜାତି ଗତ ପ୍ରମାଣ ପତ୍ର, ଉତ୍ତରାଧିକାରୀ ପ୍ରମାଣ ପତ୍ର,ଆର୍ଥିକ ପ୍ରମାଣ ପତ୍ର ପ୍ରଦାନ ରେ ସମସ୍ୟା ଦେଖା ଦେଉଥିବା ବେଳେ ରାଜସ୍ବ ଆଦାୟ ର ଚାଲାଣ ଡିପୋଜିଟ ରେ ଅସୁବିଧା ସୃଷ୍ଟି ହେଉଛି।ପ୍ରାକୃତିକ ବିପର୍ଯ୍ୟୟ ର ସହାୟତା ରାଶି ପ୍ରଦାନ, ବାଲି,ପଥର ଚୋରା ଚାଲାଣ ରୋକିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରେ ବାଧା ସୃଷ୍ଟି ହେଉଛି ।ଅଞ୍ଚଳର ସାଧାରଣ ଜନତା ଙ୍କ ସହ ଛାତ୍ର ଛାତ୍ରୀ ମାନେ ପ୍ରତ୍ୟହ ରାଜସ୍ବ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ତହସିଲ କାର୍ଯ୍ୟାଳୟ କୁ ଆସି ନିରାଶ ହୋଇ ଫେରୁଛନ୍ତି । ସର୍ବୋପରି ତହସିଲ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟରତ 36 ଜଣ କର୍ମଚାରୀ ଗତ ଦୁଇ ମାସ ହେଲା ଦରମା ପାଇନଥିବା ଯୋଗୁଁ ଆର୍ଥିକ ଅନଟନ ମଧ୍ୟରେ ରହିଛନ୍ତି । ତହସିଲ ଅଧିନରେ 10 ଗୋଟି ପିଅନ ପଦବୀ ଖାଲି ପଡିଥିବା ବେଳେ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ର ଅଭାବ ରହିଛି। ଏଣୁ ରାଜ୍ୟ ସରକାର ତୁରନ୍ତ ତହସିଲଦାର ପଦବୀ ପୂରଣ ଜନ ସାଧାରଣ ଦାବୀ କରିଛନ୍ତି।

    Related News

    Follow Us